Latest Odisha News

BREAKING NEWS

‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ‘ଓଡ଼ିଶା ମୋ ପରିବାର’ ଭଳି ଏକ ଐତିହାସିକ କାର୍ଯ୍ୟକ୍ରମର ଶୁଭାରମ୍ଭ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଘୋଷଣା କରିଛନ୍ତି।

ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରିବେଶ ସୁରକ୍ଷା, ରକ୍ତଦାନକୁ ପ୍ରୋତ୍ସାହନ ଦେବା ଏବଂ ସଂକଟାଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିବା ସହ ଓଡ଼ିଶା ବାହାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସାହାଯ୍ୟ କରିବା ।

ଏହି କାର୍ଯ୍ୟକ୍ରମର ଉପଯୁକ୍ତ ତଦାରଖ ପାଇଁ ବିଜେଡି ନେତା ଅରୂପ ପଟ୍ଟନାୟକ, ପିନାକୀ ମିଶ୍ର, ଅଚ୍ୟୁତ ସାମନ୍ତ, ଚନ୍ଦ୍ରଶେଖର ସାହୁ, ଅତନୁ ସବ୍ୟସାଚୀ ନାୟକ ଓ ନୀଳକଣ୍ଠ ପ୍ରଧାନ ଆଦିଙ୍କୁ ସଂଯୋଜକ ରୂପେ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଇଛନ୍ତି ।

Comments are closed.