Latest Odisha News

BREAKING NEWS

ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା; ସିଲ୍ ହେଲା ଅଭିଯୁକ୍ତଙ୍କ ଗେଷ୍ଟ ହାଉସ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି । ବିରୋଧୀଙ୍କ ଦ୍ୱାରା ଘଟଣାର ସିବିଆଇ ତଦନ୍ତ ଦାବି କରାଯାଉଥିବା ବେଳେ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଗେଷ୍ଟହାଉସ୍ ସରକାରୀ ଜମି ଉପରେ ବେଆଇନ ଭାବରେ ନିର୍ମାଣ ହୋଇଥିବା ପ୍ରମାଣ ହେବା ପରେ, ପ୍ରଶାସନ ପକ୍ଷରୁ ଏହାକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି।

ମିଳିଥିବା ସୂଚନା ଅନୁସାରେ ଜିଲ୍ଲା ପ୍ରଶାସନ ତରଫରୁ ଶୁକ୍ରବାର ଦିନ ଏଠାରେ ନାଲି ପତକା ଲଗାଯିବା ସହ ଏଠାରେ ୧୪୪ ଧାରା ଜାରି କରାଯାଇଛି।

ଗେଷ୍ଟହାଉସ୍ ସରକାରୀ ଜମିରେ ଥିବା ନେଇ ବିରୋଧୀ ଦଳ ଅଭିଯୋଗ କରିବା ପରେ ଏହାର ତଦନ୍ତ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ତଦନ୍ତ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ଏହି ଗେଷ୍ଟ ହାଉସଟି ସରକାରୀ ଜମିରେ ଅବସ୍ଥିତ । ତେଣୁ ଏହାକୁ ଭାଙ୍ଗିବା ପାଇଁ ଜିଲାପାଳ ରଂଜନ କୁମାର ଦାସ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ଅକ୍ତିବର ୧୬ ତାରିଖରେ ଏହି ଗେଷ୍ଟଉସରେ ପିଇଓ ସ୍ମିତାରଣୀ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ ।

Leave A Reply

Your email address will not be published.