Latest Odisha News

BREAKING NEWS

ବିଜେପୁରରେ ଐତିହାସିକ ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରୀତା ସାହୁ

ଭୁବନେଶ୍ୱର: ବରଗଡ ଲୋକସଭା ଅନ୍ତର୍ଗତ ବିଜେପୁର ବିଧାନସଭା ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ ଐତିହାସିକ ବିଜୟ ଲାଭ କରିବା ପରେ ଶୁକ୍ରବାର ଦିନ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ।

ରୀତା ନିଜ ସମର୍ଥକଙ୍କ ଗହଣରେ ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଧନ୍ୟବାଦ ଜଣାଇଛନ୍ତି । ଏପରିକିି ସେ ବିଜେପୁରରେ ବିପୁଳ ଜନ ସମର୍ଥନ ସହ ବିଜୟ ହାସଲ କରିବାର ଶ୍ରେୟ ଦଳ ମୁଖିଆ ନବୀନଙ୍କୁ ଦେଇଛନ୍ତି । ଆଗାମୀ ଦିନରେ ସେ ବିଜେପୁରର ବିକାଶ ତାଙ୍କର ମୁଖ୍ୟ ଫୋକସ୍ ରହିବ ବୋଲି ସେ ପ୍ରକାଶ କରିଛନ୍ତି ।

ଚଳିତ ଥର ବିଜେପୁର ଉପ ନିର୍ବାଚନରେ ବିଜେଡି ହ୍ୟାଟ୍ରିକ୍ କରିଥିବା ବେଳେ ରୀତା ସାହୁ ୨ୟ ଥର ପାଇଁ ବିପୁଳ ଭୋଟ୍ ସହ ବିଜୟିନୀ ହୋଇଛନ୍ତି । ଅପରପକ୍ଷରେ ସେ ଓଡିଶା ବିଧାନସଭା ନିର୍ବାଚନ ଇତିହାସରେ ସର୍ବାଧିକ ଭୋଟ୍ ବ୍ୟବଧାନରେ ବାଜିମାତ୍ କରିଛନ୍ତି ।

ଅପରପକ୍ଷରେ ଭୁବନେଶ୍ୱର ବିଧାନସଭା ଆସନରୁ ୨୦୦୦ ମସିହାରେ ନିର୍ବାଚନ ଲଢିଥିବା ତତ୍କାଳୀନ ମେଣ୍ଟ ପ୍ରାର୍ଥୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଭୋଟ୍ ବ୍ୟବଧାନ ସଂଖ୍ୟା(୯୪୫୫୫)କୁ ଅତିକ୍ରମ କରି ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି ରୀତା ସାହୁ । ସେ ସମୟରେ ବିଶ୍ୱଭୂଷଣ ୧୧୭୧୫୦ ଭୋଟ୍ ଜିତିଥିବା ବେଳେ କଂଗ୍ରେସର ଜଗନ୍ନାଥ ମହାପାତ୍ର ୨୨୫୯୫ ଭୋଟ୍ ହାତେଇଥିଲେ ।

ସେହିପରି ବିଜେଡିର ସୌମ୍ୟରଞ୍ଜନ ପଟ୍ଟନାୟକ ଓଡିଶା ବିଧାନସଭା ନିର୍ବାଚନ ଇତିହାସରେ ସର୍ବାଧିକ ଭୋଟ୍ ହାତେଇବା ସଂଖ୍ୟାର ତୃତୀୟ ସ୍ଥାନରେ ରହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆସନରେ ୧ଲକ୍ଷ ୧୦ହଜାର ୩୦୮ ପାଇଥିବା ବେଳେ ରୀତା ସାହୁ ଚଳିତ ଉପ ନିର୍ବାଚନରେ ୧୩୫୯୪୯ ଖଣ୍ଡ ଭୋଟ ଜିତିଛନ୍ତି।

ଆହୁରିମଧ୍ୟ ନିଜର ନିକଟତମ ପ୍ରତିଦ୍ବନ୍ଦୀଙ୍କ ଠାରୁ ୯୭୯୯୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ଲାଭ କରି ରୀତା ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି।

Leave A Reply

Your email address will not be published.