Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ,ଆଉ ୬ ମାସ ପାଇଁ ହିତାଧିକାରୀଙ୍କୁ ମିଳିବ ମାଗଣା ଚାଉଳ

ପ୍ରତି ପରିବାରକୁ ମାସକୁ ମୁଣ୍ଡ ପିଛା ୫ କେଜି ମାଗଣା ଚାଉଳ ମିଳିବ

ଭୁବନେଶ୍ୱର : ଓଡ଼ିଶା ଦିବସରେ  ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ଏଣିକି ହିତାଧିକାରୀଙ୍କୁ  ଆଉ ୬ ମାସ ମିଳିବ ମାଗଣା ଚାଉଳ । ହିତାଧିକାରୀମାନେ ଏପ୍ରିଲ ମାସରୁ ସେପ୍ଟେମ୍ବର ମାସ ଯାଏ  ମାଗଣା ଚାଉଳ ପାଇବେ । ପ୍ରତି ପରିବାରକୁ ମାସକୁ ମୁଣ୍ଡ ପିଛା ୫ କେଜି ମାଗଣା ଚାଉଳ ମିଳିବ ।

ଏଥିରେ ୮.୦୯ଲକ୍ଷ ହିତାଧିକାରୀ ଉପକୃତ ହେବେ । ୨୪,୨୭୦ ଟନ୍ ଚାଉଳ ପ୍ରଦାନ କରାଯିବ ।ଏନେଇ ରାଜ୍ୟ ରାଜକୋଷରୁ ୯୧.୭୦ କୋଟି ଟଙ୍କା ଖର୍ଚ୍ଚ ହେବ । ୬ ମାସ ଅବଧି ବଢାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀମାନେ ଏହି ସୁବିଧା ପାଇପାରିବେ ।

Leave A Reply

Your email address will not be published.