Latest Odisha News

BREAKING NEWS

ବଦଳିଲା ଠିକଣା, ଉଦଘାଟନ ହେଲା ନୟାପଲ୍ଲୀ ଥାନାର ନୂଆ ବିଲ୍ଡିଂ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଥାନାର ନୂଆ ବିଲ୍ଡିଂକୁ ଆଜି ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖୂ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଥାନା ଗୃହର ଉଦ୍ଘାଟନ କରିଥିଲେ । ଏହି ଉଦ୍ଘାଟନ ଅବସରରେ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ (ଆଇପିଏସ), ଭୁବନେଶ୍ଵର-କଟକ ଦ୍ଵୈତ ନଗରୀର ପୁଲିସ କମିଶନର ଡ଼ଃ ଶ୍ରୀ ଏସ୍. ଦେବଦତ୍ତ ସିଂହ (ଆଇପିଏସ), ଅତିରିକ୍ତ ପୁଲିସ କମିଶନର ଶ୍ରୀ ନରସିଂହ ଭୋଳ (ଆଇପିଏସ), ଭୁବନେଶ୍ଵର ଡିସିପି ଶ୍ରୀ ଜଗମୋହନ ମୀନା (ଆଇପିଏସ) ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ଵର ପୁଲିସ ଜିଲ୍ଲାରେ ଅପରାଧିକ ଗତିବିଦ୍ଧିକୁ ନିୟନ୍ତ୍ରଣ କରିବା ଏବଂ ରୋକିବା ନିମନ୍ତେ ତଥା ସହରର ପରିସୀମା ଓ ଲୋକ ସଂଖ୍ୟାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଜନସାଧାରଣଙ୍କୁ ତୁରନ୍ତ ସେବା ଯୋଗାଇ ଦେବା ନିମନ୍ତେ ଏହି “ନୟାପଲ୍ଲୀ ଥାନାର ପ୍ରତିଷ୍ଠା କରାଯାଇଅଛି । ଏହି ନବନିର୍ମିତ ଅଟ୍ଟାଳିକାରେ ପୁଲିସ କର୍ମଚାରୀଙ୍କ ଲାଗି ଉଦ୍ଦିଷ୍ଟ ବିଭିନ୍ନ ଅତ୍ୟାଧୁନିକ ଆନୁଷଙ୍ଗିକ ସୁବିଧା ସହିତ ଏହି ନବନିର୍ମିତ ଥାନା ଗୃହରେ ପୁଲିସ କର୍ମଚାରୀମାନଙ୍କ ଲାଗି ଅଲଗା କାର୍ଯ୍ୟାଳୟ, ବିଶ୍ରାମ କକ୍ଷ, ଏକ ବଡ ସଭା କକ୍ଷ (ଯେଉଁଠି ୫୦ରୁ ଅଧିକ ଲୋକ ଏକସଙ୍ଗେ ବସି କୌଣସି ଆଲୋଚନାରେ ଭାଗ ନେଇପାରିବେ), ଏବଂ ବଡ ମାଲଖାନାର ବ୍ୟବସ୍ଥା କରାଯାଇଛି । ମହିଳା ଓ ପୁରୁଷ ଅଭିଯୁକ୍ତମାନଙ୍କ ପାଇଁ ପୃଥକ ହାଜତ ନିର୍ମାଣ କରାଯାଇଥିବା ସହିତ, ମହିଳା ଓ ଶିଶୁମାନଙ୍କ ସୁରକ୍ଷା ଏବଂ ସହାୟତା ନିମନ୍ତେ ଏକ “ମହିଳା ଓ ଶିଶୁ ସହାୟକ ଡେସ୍କ” ମଧ୍ୟ ପ୍ରତିଷ୍ଠିତ କରାଯାଇଛି ।

ତେବେ ଏହି ଉଦ୍ଘାଟନି ସମାରୋହରେ ଯୋଗ ଦେଇ ପୋଲିସର ଗୁମର ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ । ଥାନା ଭିତରେ ଲୋକଙ୍କୁ ଖରାପ ବ୍ୟବହାର ହେଉ କିମ୍ୱା ଥାନାବାବୁଙ୍କ ଦାଦାଗିରିକୁ ନେଇ ନିଆଁବାଣ ହୋଇଥିଲେ ମୁଖ୍ୟମନ୍ତ୍ରୀ । ଏପରିକି ନିଜେ ଭୁକ୍ତଭୋଗୀ ହୋଇ କିଭଳି ହେଲ୍ପଡେସ୍କରେ ହତାଶ ହୋଇଥିଲେ ସେହି କାହାଣୀ ମଧ୍ୟ ବଖାଣି ଥିଲେ ମୁଖ୍ୟମନ୍ତ୍ରୀ। ତେବେ ଯଦି ଜନ ପ୍ରତିନିଧିଙ୍କୁ ଏଭଳି ବ୍ୟବହାର କରାଯାଉଛି ତାହା ହେଲେ, ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ ବୋଲି ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ।

Comments are closed.