Bhubaneswar Film Festival 2026:ଜୁନ ୨୫ରୁ ୨୮ ଯାଏଁ ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ; ପୁରସ୍କୃତ ଫିଲ୍ମ ହେବ ପ୍ରଦର୍ଶିତ
ଭୁବନେଶ୍ବର:ଆସନ୍ତା ଜୁନ୍ ୨୫ ରୁ ଜୁନ୍ ୨୮ ପର୍ଯ୍ୟନ୍ତ ହେବ “ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ-୨୦୨୬” । ଏହାର ଆନୁଷ୍ଠାନିକ କାର୍ଯ୍ୟସୂଚୀ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ ଫେଷ୍ଟିଭାଲ ଡିରେକ୍ଟର ସଞ୍ଜୟ ପଟ୍ଟନାୟକ, କୋ-ଡିରେକ୍ଟର ସୁକାନ୍ତ ରଥ ଓ ଅଶୋକ ପାଲିତଙ୍କ ସହ ଆଲୋଚନା ସମୟରେ ଚଳଚ୍ଚିତ୍ର ମହୋତ୍ସବର ପ୍ରଶଂସା କରିଥିଲେ ଏଥିସହ ସେ କହିଥିଲେ ଯେ, ଓଡ଼ିଶାର କଳା, ଐତିହ୍ୟ ଏବଂ ସିନେମାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଆଗାମୀ ବର୍ଷ (୨୦୨୭) ଠାରୁ ଏହି ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲକୁ ଆହୁରି ବ୍ୟାପକ ଭାବେ ଆୟୋଜନ କରାଯିବ ।
ସୂଚନାଥାଉକି,ଚଳିତ ବର୍ଷ ଜୁନ୍ ୨୫ ରୁ ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ସକାଳ ୧୦ଟାରୁ ରାତି ୧୦ଟା ଯାଏ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଏହି ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଆ ଚଳଚ୍ଚିତ୍ର ସହ କନ୍ନଡ଼, ହିନ୍ଦୀ, ବଙ୍ଗଳା, ମରାଠୀ, ଗୁଜରାଟୀ, ଆସାମୀୟା, ମାଲାୟଲମ୍ ଓ ଡେମ୍ସା ଭାଷାର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।