Latest Odisha News

BREAKING NEWS

ରାଜ୍ୟ ସଂଗ୍ରହାଳୟରେ ରଜ ପାଳିଲେ ମୁଖ୍ୟମନ୍ତ୍ରୀ, ରଜପାନ ଓ ପୋଡପିଠାର ଗୁରୁତ୍ବ ସମ୍ପର୍କରେ କହିଲେ

ଭୁବନେଶ୍ବର: ଆଜି ହେଉଛି ପହିଲି ରଜ । ସମଗ୍ର ରାଜ୍ୟରେ ଆଜି ହସ ଉଲ୍ଲାସର ସହ ଗଣପର୍ବ ରଜ ପାଳନ ହେଉଥିବାବେଳେ, ରାଜଧାନୀ ସ୍ଥିତ ରାଜ୍ୟ ସଂଗ୍ରହାଳୟରେ ସମସ୍ତଙ୍କ ଗହଣରେ ରଜ ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସଂଗ୍ରହାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ପାରମ୍ପରିକ ନୃତ୍ୟ, ବାଦ୍ୟରେ ଭବ୍ୟ ସ୍ଵାଗତ କରାଯାଇଥିଲା ।

ଏହି ଅବସରରେ ରାଜ୍ୟ ସଂଗ୍ରହାଳୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମେ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଫଟୋରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାପରେ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜନସାଧାରଣଙ୍କୁ ରଜ ଅଭିନନ୍ଦନ ଜଣାଇଥିଲେ ।

ଏହି ଅବସରରେ ଶ୍ରୀ ମାଝୀ ଓଡ଼ିଆ ସଂସ୍କୃତିରେ ରଜପାନ ଓ ରଜପିଠାର ଗୁରୁତ୍ବ ସଂପର୍କରେ କହିଥିଲେ । ଓଡ଼ିଆ, ସଂସ୍କୃତି ଓ ପରମ୍ପରାକୁ ମନେ ପକାଇଥିଲେ । ବୃକ୍ଷ ରୋପଣ ମଧ୍ୟ କରିଛନ୍ତି ।

Comments are closed.