Latest Odisha News

ଯୋଗ ମୁଦ୍ରାରେ ମୁଖ୍ୟମନ୍ତ୍ରୀ, କହିଲେ ନୂଆ ଓ ସୁସ୍ଥ ଓଡ଼ିଶା ଗଠନରେ ସହାୟକ ହେବ ଯୋଗ

ଭୁବନେଶ୍ବର: ଆଜି ଅନ୍ତର୍ଜାତୀୟ ଯୋଗ ଦିବସରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ରାଜ୍ୟସ୍ତରୀୟ ଯୋଗ ଉତ୍ସବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଯୋଗ ମୁଦ୍ରାରେ ନଜର ଆସିଛନ୍ତି ମୁଖ୍ୟମନ୍ତ୍ରୀ ।

ଯୋଗ ଅଭ୍ୟାସ ପରେ ଓଡିଶାବାସୀଙ୍କୁ ସମ୍ବୋଧିତ କରି ମୋହନ କହିଛନ୍ତି , ଯୋଗ କଲେ ଶରୀର ଓ ମନ ସୁସ୍ଥ ରହିଥାଏ। ଯୋଗ ଗୋଟିଏ ଦିନ ନୁହେଁ ବରଂ ସବୁଦିନ କରିବା ଆବଶ୍ୟକ। ଯୋଗ ନୂଆ ଏବଂ ସୁସ୍ଥ ଓଡ଼ିଶା ଗଠନରେ ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ତେବେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳୁଛି ସାରା ଭାରତ । ଏହି କ୍ରମରେ ଓଡିଶାରେ ମଧ୍ୟ ରାଜ୍ୟସ୍ତରୀୟ ଯୋଗ ଦିବସ ପାଳନ କରାଯାଉଛି । ଏନେଇ ବିଭିନ୍ନ ଜିଲ୍ଲାମାନଙ୍କରେ ମଧ୍ୟ ଅସ୍ଥାୟୀ ଯୋଗ କେନ୍ଦ୍ର ଆୟୋଜିତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ତାଙ୍କ ମନ୍ତ୍ରୀମଣ୍ଡଳ , ସାଂସଦ, ବିଧାୟକମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ଆୟୋଜିତ ଯୋଗ ଉତ୍ସବରେ ସାମିଲ ହେବା ସହିତ ଯୋଗ ମୁଦ୍ରା କରିଛନ୍ତି ।

Leave A Reply

Your email address will not be published.