Latest Odisha News

BREAKING NEWS

ଆଜି ଉଠା ଦୋକାନୀଙ୍କୁ କୋଭିଡ୍ ସହୟତା ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ଅନେକଙ୍କ ଜୀବନଜୀବିକା ଉପରେ ପ୍ରଭାବ ପକାଇଛି । ରାଜ୍ୟରେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ଉଠା ଦୋକାନୀ । ଆଜି ସେମାନଙ୍କୁ କୋଭିଡ୍ ସହାୟତା ବାଣ୍ଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କୁ ୩ ହଜାର ଟଙ୍କା ଲେଖାଏ ସହାୟତା ରାଶି ବଣ୍ଟର ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଭର୍ଚୁଆଲରେ ଦିନ ସାଢ଼େ ୧୧ଟାରେ ସହାୟତା ପ୍ରଦାନ କରାଯିବ ।

ରାଜ୍ୟର ୫ ମହାନଗର ନିଗମ ଭୁବନେଶ୍ୱର ସମେତ କଟକ, ସମ୍ୱଲପୁର, ବ୍ରହ୍ମପୁର, ରାଉରକେଲାରେ ସହାୟତା ପ୍ରଦାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ରାଜ୍ୟର ୧ ଲକ୍ଷ ୧ ହଜାର ପଥପାର୍ଶ୍ୱ ଉପକୃତ ହେବେ । ପର୍ଯ୍ୟାୟକ୍ରମେ ସାରା ରାଜ୍ୟରେ ଉଠା ଦୋକାନୀଙ୍କୁ ସହାୟତା ରାଶି ପ୍ରଦାନ କରାଯିବ ।

Leave A Reply

Your email address will not be published.