Latest Odisha News

BREAKING NEWS

BSKY ସ୍ମାର୍ଟ ହେଲଥ କାର୍ଡ ପାଇବ ବରଗଡ଼, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ବରଗଡ଼: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ପାଇବେ ବରଗଡ଼ ବାସିନ୍ଦା । ଆଜି ବିଜେପୁରରୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ବିଜେପୁର ଷ୍ଟାଡିୟମରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଆୟୋଜନ କରାଯାଇଛି ।

ମୁଖ୍ୟମନ୍ତ୍ରୀ ସକାଳ ୧୦ଟା ୧୫ରେ ଭୁବନେଶ୍ୱରରୁ ବାହାରି ୧୧ଟା ସୁଦ୍ଧା ପଦ୍ମପୁର ସ୍ଥିତ ସତୀଭଟ୍ଟା ଏୟାରଷ୍ଟ୍ରିପରେ ପହଞ୍ଚିବେ । ସେଠାରୁ ଯିବେ ବିଜେପୁର । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ଦ୍ୱାରା ଉପକୃତ ହେବେ ବରଗଡ଼ ଜିଲ୍ଲାର ୩ ଲକ୍ଷ ୬୩ ହଜାର ହିତାଧିକାରୀ ।

ଏଥିସହ ବରଗଡ଼ ପାଇଁ ପ୍ରାୟ ୨୯୫ କୋଟିରୁ ଅଧିକ ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ । ବିଜେପୁର ନିର୍ବାଚନ ମଣ୍ଡଳୀର ୭୧ଟି ୫ଞ ରୂପାନ୍ତରଣ ହାଇସ୍କୁଲର ଶୁଭ ଉଦ୍‌ଘାଟନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

Leave A Reply

Your email address will not be published.