ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ରଙ୍ଗ ଓ ଆନନ୍ଦର ପର୍ବ ହୋଲି ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି- ମହାମାରୀ କରୋନା ପାଇଁ ଆମେ ଏବେ ଏକ ଅସାଧାରଣ ସମୟ ଦେଇ ଗତି କରୁଛେ । ତେଣୁ, ଆପଣମାନେ ଘରେ ରହି ହୋଲି ଖେଳିବା ସହ ନିଜ ପରିବାର ଓ ବନ୍ଧୁ ପରିଜନଙ୍କୁ ସୁରକ୍ଷିତ ରଖିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ରଙ୍ଗ ଓ ଆନନ୍ଦର ପର୍ବ ହୋଲି ଅବସରରେ ରାଜ୍ୟବାସୀଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ନିଜକୁ ତଥା ବନ୍ଧୁ ପରିଜନଙ୍କୁ ସୁରକ୍ଷିତ ରଖିବା ପାଇଁ ଚଳିତ ବର୍ଷ ଘରେ ରହି ହୋଲି ପାଳନ କରନ୍ତୁ। କୋଭିଡଠାରୁ ଦୂରେଇ ରହିବା ପାଇଁ ନିୟମର କଡ଼ାକଡ଼ି ପାଳନ ସମସ୍ତଙ୍କର ସଙ୍କଳ୍ପ ହେଉ। #HappyHoli pic.twitter.com/yH5aMCIZSY
— Naveen Patnaik (@Naveen_Odisha) March 29, 2021
Comments are closed.