Latest Odisha News

BREAKING NEWS

ଦେଶରେ କରୋନାର ଲମ୍ବା ଲମ୍ଫ: ଚିନ୍ତା ବଢାଉଛି ଡେଥ୍, ୫ଲକ୍ଷ ଟପିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା ମାରୁଛି ଲମ୍ବା ଲମ୍ଫ । ପ୍ରତିଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁସଂଖ୍ୟା ତିନି ଶହ ମୁହାଁ ହେଲାଣି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୬୮ହଜାର ୨୦ ନୂଆ ଆକ୍ରାନ୍ତ । ଏହି ସମୟରେ ମହାମାରୀ ନେଇଛି ଆଉ ୨୯୧ ଆକ୍ରାନ୍ତଙ୍କ ଜୀବନ ।

ଅକ୍ଟୋବର ପରେ ପ୍ରଥମ ଥର ଦେଶରେ ଦୈନିକ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୨୦ଲକ୍ଷ ୩୯ହଜାର ୬୪୪କୁ ବୃଦ୍ଧି ପାଇଛି । କରୋନାରେ ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୬୧ହଜାର ୮୪୩ ଜଣ ପ୍ରାଣ ହରାଇଲେଣି ।

ଦେଶରେ କରୋନାରୁ ସୁସ୍ଥ ହେଲେଣି ୧କୋଟି ୧୩ଲକ୍ଷ ୫୫ହଜାର ୯୯୩ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ଆଉ ୩୨ ହଜାର ୨୩୧ ଆରୋଗ୍ୟ ଲାଭ କରିଥିଲେ । ଏବେ ଦେଶେର ୫ଲକ୍ଷ ୨୧ହଜାର ୮୦୮ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.