Latest Odisha News

BREAKING NEWS

ପଙ୍ଗପାଳ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ୫ ଜିଲ୍ଲାକୁ ସଜାଗ ରହିବାକୁ ପରାମର୍ଶ

ଭୁବନେଶ୍ୱର: ଓଡିଶାରେ ପଙ୍ଗପାଳ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି । ବୈଠକରେ ପଙ୍ଗପାଳର ସ୍ଥିତି ଓ ଏହାର ମୁକାବିଲା ନେଇ ଆଲୋଚନା ହୋଇଛି । ବର୍ତ୍ତମାନ ପବନର ବେଗ ଯୋଗୁଁ ଛତିଶଗଡରୁ ପୁଣି ମଧ୍ୟପ୍ରଦେଶ ଅଂଚଳକୁ ଚାଲିଯାଇଛନ୍ତି ପଙ୍ଗପାଳ ଦେଳ । ତେବେ ସେମାନେ ଓଡିଶା ଆସିବାର ସମ୍ଭାବନା ରହିଛି । ଏଥିପାଇଁ ସରକାର ପ୍ରସ୍ତୁତ ରହିଛନ୍ତି ।

କେନ୍ଦ୍ରୀୟ ଟିମ୍ ପଙ୍ଗପାଳର ଅବସ୍ଥିତି ନେଇ ସୂଚନା ଦେଇଛନ୍ତି । ମୁକାବିଲା ନେଇ ଜିଲ୍ଲାପାଳ ଓ କୃଷି ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ପଡୋଶୀ ରାଜ୍ୟ ତେଲେଙ୍ଗାନା, ଆନ୍ଧ୍ର, ଛତିଶଗଡ ଓ ବିହାର ଉପରେ ନଜର ରଖାଯାଇଛି । ଏହି ୪ଟି ରାଜ୍ୟର ସୀମାନ୍ତ ଜିଲ୍ଲାକୁ ଆଲର୍ଟରେ ରଖାଯାଇଛି ।

ସୁନ୍ଦରଗଡ, ବରଗଡ, ମୟୂରଭଂଜ, କେଉଁଝର ଓ ମାଲକାନଗିରିରେ ପଙ୍ଗପାଳର ବିପଦ ରହିଛି । ତେଣୁ ୧୫ ଲକ୍ଷ ଚାଷୀଙ୍କୁ ସଚେତନ କରାଯାଇଛି । ଯଦି ପଙ୍ଗପାଳ ଦଳ ଓଡିଶା ମୁହାଁ ହୁଅନ୍ତି ତେବେ ଜଙ୍ଗଲ, କୃଷି, ଅଗ୍ନିଶମ ଓ ହର୍ଟିକଲଚର ବିଭାଗର ମିଳିତ ଉଦ୍ୟମରେ ଏହାର ମୁକାବିଲା କରାଯିବ । କେମିକାଲ ସହ ବଡ ବଡ ସ୍ପ୍ରେ ମେସିନ ପ୍ରସ୍ତୁତ ରଖାଯାଇଛି । ତେବେ ଓଡିଶାରେ ଦେଖାଯାଇଥିବା ଜଙ୍ଗଲ ଝିଂଟିକା ପଙ୍ଗପାଳ ନୁହଁନ୍ତି ବୋଲି ସ୍ପଷ୍ଟ କରାଯାଇଛି ।

Leave A Reply

Your email address will not be published.