Latest Odisha News

BREAKING NEWS

ଉନ୍ନତିକରଣ ନେଇ ଭିଡିଓ କଲ୍‌ ଯୋଗେ ଲୋକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ଉନ୍ନତିକରଣକୁ ନେଇ ଲୋକଙ୍କ ମତ ନେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ଭଏସ କଲ ଆଉ ଏବେ ଭିଡିଓ କଲ୍‌ ଯୋଗେ ଲୋକଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ସହ କଥା ହେବା ସଙ୍ଗେ ସଙ୍ଗେ ସେମାନଙ୍କ ଅଞ୍ଚଳର ବିକାଶ କଥା ପଚାରି ବୁଝୁଛନ୍ତି ।

ଆଜି ପୁରୀର ସ୍ୱର୍ଣ୍ଣଲତା ବିଶୋୟୀ, ସମ୍ବଲପୁରର ଆରତି ନାୟକ ଓ ଖୋର୍ଦ୍ଧା ଅଂଚଳର ପ୍ରକାଶ ହାତୀଙ୍କ ସହ ଭିଡ଼ିଓ କଲରେ କଥା ହୋଇଛନ୍ତି ନବୀନ । ୫-ଟି ସ୍କୁଲ କାମ ଅଗ୍ରଗତି, ମନ୍ଦିର ଉନ୍ନତିକରଣ କାମ କିଭଳି ଚାଲିଛି ସେ ନେଇ ମୁଖ୍ୟମନ୍ତ୍ରୀ ପଚାରି ବୁଝିଛନ୍ତି ।

ଏହାର ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଭିଡିଓରେ ବିଭିନ୍ନ ରୂପାନ୍ତରଣ ପ୍ରକଳ୍ପ ନେଇ ଲୋକଙ୍କ ସହ ନବୀନ କଥାବାର୍ତ୍ତା ହେଉଥିବାର ଦୃଶ୍ୟ ରହିଛି । ଲୋକମାନେ ମଧ୍ୟ ନବୀନଙ୍କ ପ୍ରଶ୍ନର ଉତ୍ତର ଦେଇ ବେଶ୍ ଖୁସି ଥିବା ନଜର ଆସୁଛନ୍ତି ।

Leave A Reply

Your email address will not be published.