Latest Odisha News

BREAKING NEWS

ଷ୍ଟାର୍ ପ୍ରଚାରକଙ୍କ ତାଲିକା ପ୍ରକାଶ କଲା ଆପ୍: ତାଲିକାରେ କେଜ୍ରିୱାଲଙ୍କ ନାଁ ପ୍ରଥମ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆମ୍ ଆଦମୀ ପାର୍ଟି ଗୁଜୁରାଟ ପାଇଁ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାମ ପ୍ରଥମରେ ରହିଛି। ଏହା ସହିତ ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜେନା ଏବଂ ସୁନୀତା କେଜ୍ରିୱାଲଙ୍କ ସମେତ ମୋଟ ୪୦ଜଣଙ୍କ ନାମ ଷ୍ଟାର ପ୍ରଚାରକମାନଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ଏହା ପ୍ରଥମ ଥର ହେବ ଯେତେବେଳେ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଦଳ ପକ୍ଷରୁ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବେ।

ସୂଚନା ଥାଉକି ଯେ ଆମ୍ ଆଦମୀ ପାର୍ଟି ଏଥର ଇଣ୍ଡିଆ ମିଳିତ ମଞ୍ଚରେ ଯୋଗ ଦେଇ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛି। ଏହି କାରଣରୁ ଦଳ କଂଗ୍ରେସ ସମେତ ଅନ୍ୟ ଦଳ ସହ ଆସନ ସେୟାର କରି ବିଭିନ୍ନ ରାଜ୍ୟରେ ପ୍ରାର୍ଥୀ ଦେଇଛି। ଏହି କ୍ରମରେ ଗୁଜୁରାଟର ଦୁଇଟି ଲୋକସଭା ଆସନ ଭଋଚ ଏବଂ ଭାବନଗର ଆସନରୁ ଆପ୍ ପ୍ରତିଦ୍ୱନ୍ଦ୍ୱିତା କରୁଛି। ମେ ୭ ତାରିଖ ଗୁଜରାଟର ତୃତୀୟ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ।

ଏହି ତାଲିକା ବାହାରିବା ପରେ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ତିହାର ଜେଲରେ ଥିବା ଦଳର ମୁଖ୍ୟ କେଜରିୱାଲଙ୍କ ନାଁ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ସେ ଜେଲରେ ଥିବାବେଳେ ଗୁଜୁରାଟରେ ଦଳ ପାଇଁ କିପରି ପ୍ରଚାର କରିବେ ବୋଲି ପ୍ରଶ୍ନ ଉଠିଛି। ତାଲିକାରେ ଦଳ ମୋଟ ୪୦ଜଣଙ୍କ ନାମ ଘୋଷଣା କରିଛି।

Leave A Reply

Your email address will not be published.