Latest Odisha News

BREAKING NEWS

ଆସନ୍ତା ୩୦ରେ ହିଞ୍ଜିଳି ଆସନ ପାଇଁ ନାମାଙ୍କନ ଭରିବେ ବିଜେଡି ସୁପ୍ରିମୋ

ଭୁବନେଶ୍ବର: ୨୦୧୯ ଭଳି ଏଥର ମଧ୍ୟ ଚଳିତ ନିର୍ବାଚନରେ ଦୁଇଟି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ଓ ହିଞ୍ଜିଳି ଭଳି ଦୁଇଟି ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ ହୋଇଛନ୍ତି । ଏଥର ଷଷ୍ଠ ଥର ପାଇଁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢୁଛନ୍ତି ନବୀନ । ଆଗକୁ ନିର୍ବାଚନ ଥିବା ବେଳେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ବିଧାନସଭା ଆସନରୁ ନବୀନ ପ୍ରଚାର ଆରମ୍ଭ କରିଛନ୍ତି ।

ତେବେ ଆସନ୍ତା ୩୦ ତାରିଖରେ ହିଞ୍ଜିଳି ବିଧାନସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛତ୍ରୁପୁରରେ ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି । ନାମାଙ୍କନ ଦାଖଲ ପୂର୍ବରୁ ସେ ଗଞ୍ଜାମର ଆରାଧ୍ୟା ଦେବୀ ମାଆ ତାରା ତାରିଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିବେ ।

ଏହାପରେ ଦିନ ସାଢେ ୧୨ଟା ରେ ଛତ୍ରୁପୁରରେ ଥିବା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନବୀନ ପ୍ରାର୍ଥୀପତ୍ର ଦାଖଲ କରିବେ ନବୀନ । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେଡି ନେତା ଭିକେ ପାଣ୍ଡିଆନ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି ।

Leave A Reply

Your email address will not be published.