Latest Odisha News

BREAKING NEWS

ଆସନ୍ତାକାଲି ଗଞ୍ଜାମ ଜିଲ୍ଲାର ସରପଞ୍ଚମାନଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ୧୩ ହଜାର ଛୁଇଁବ କରୋନା ସଂକ୍ରମିତଙ୍କ ସଂଖ୍ୟା । ସେହି ହିସାବରେ ଅଧିକ ଆକ୍ରାନ୍ତ ସୁସ୍ଥ ବି ହେଲେଣି । ବେକାବୁ କରୋନା ଧିରେ ଧିରେ ନିୟନ୍ତ୍ରଣକୁ ଆସୁଥିବା ବେଳେ ଆସନ୍ତାକାଲି ଜିଲ୍ଲାର ସବୁ ସରପଞ୍ଚଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆସନ୍ତାକାଲି ଅପରାହ୍ଣ ୫ଟାରେ ଭିଡିଓ କନଫରେନ୍ସିଂରେ ସରପଞ୍ଚମାନଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ । ପଞ୍ଚାୟତସ୍ତରରେ କୋଭିଡ୍ ପରିଚାଳନା ନେଇ ସମୀକ୍ଷା କରିବେ । ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

କରୋନା ଚେନ୍ ଭାଙ୍ଗିବା କ୍ଷେତ୍ରରେ ପଞ୍ଚାୟତ ସ୍ତରରେ ସରପଞ୍ଚମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନଙ୍କ ସହଯୋଗରେ ଗଞ୍ଜାମ ଜିଲ୍ଲାରେ କରୋନା ଗ୍ରାଫ୍ ଖସୁଛି । ଆଗାମୀ ଦିନରେ କଣ ପଦକ୍ଷେପ ନିଆଯିବ ଓ କଣ ସବୁ ଚ୍ୟାଲେଞ୍ଜ ରହିଛି ସେନେଇ ସରପଞ୍ଚମାନଙ୍କ ସହ ଆଲୋଚନା କରିପାରନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.