ଭୁବନେଶ୍ୱର : ପ୍ରଳୟଙ୍କାରୀ ବାତ୍ୟା ‘ଫନି’ର ତାଣ୍ଡବରେ ଉପକୂଳ ଓଡିଶା ଏକପ୍ରକାର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ । ପୁଣି ଥରେ ଏହାର ପୁର୍ନଉଦ୍ଧାର ତଥା ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ଲାଗି ରାଜ୍ୟ ସରକାର ଜୋରଦାର ପ୍ରୟାସ କରୁଛନ୍ତି ।
ଏହି ପରିପ୍ରେକ୍ଷୀରେ ବାତ୍ୟା ବିପନ୍ନଙ୍କୁ ସାହାର୍ଯ୍ୟ କରିବା ପାଇଁ ଅନେକ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ସହାୟତା ରାଶି ପ୍ରଦାନ କରିଥିବା ବେଳେ ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ସମସ୍ତ ଦାତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
CM @Naveen_Odisha thanked all donors to CMRF for joining the cause of rebuilding #Odisha after #CycloneFani. He urged all to come forward and join the cause. @pranabpdas@swostigrand@AnubhavMohanty_@odisha_police@pragativadinews pic.twitter.com/ZIgptRttWb
— CMO Odisha (@CMO_Odisha) May 11, 2019
ଏନେଇ ମୁଖ୍ୟମନ୍ତ୍ରୀ ନବୀନ ଟ୍ୱିଟ୍ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ଓଡିଶା ଆଇପିଏସ୍ ଅଫିସର୍ସ ସଂଘ, ଗୁପ୍ତା ପାୱାର ଇନଫ୍ରାଷ୍ଟକଚର୍, ସ୍ୟାଣ୍ଡି ରିସର୍ଚ୍ଚ ଓ ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି, ବଡଚଣା ବିଧାୟକ ଅମର ଶତପଥୀଙ୍କ ସମେତ ଅନେକ ନେତାମାନେ ମଧ୍ୟ ସହାୟତାର ହାତ ବଢାଇଛନ୍ତି ।
Happy to say that IPS officers of Odisha contributed Rs 10000 each to the Chief Minister's Relief Fund. I handed over a cheque of Rs 10 lakhs to Hon'ble C.M. Requesting all to contribute. Every drop is useful @CMO_Odisha @SRC_Odisha @DGPOdisha #CycloneFaniAftermath. pic.twitter.com/6UOjEjx1Ar
— Dr. Rajendra Prasad Sharma. (@DrRajendraShar2) May 10, 2019
ଆହୁରି ମଧ୍ୟ ବାତ୍ୟା ବିପନ୍ନଙ୍କ ସ୍ଥିତିରେ ସୁଧାର ଆଣିବା ଲାଗି ଅଭିନେତା ତଥା କୋରେଇ ବିଧାୟକ ଆକାଶ ଦାସ ନାୟକ, ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଓ ଇମ୍ଫା ପକ୍ଷରୁ ମଧ୍ୟ ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରାଯାଇଥିଲା ।
Comments are closed.