ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶରେ ସମସ୍ତ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତି ମାନଙ୍କୁ ମାଗଣା କୋଭିଡ ବୁଷ୍ଟର ଡୋଜ ଦେବାକୁ ନିଷ୍ପତ୍ତି ହୋଇଛି । ଆସନ୍ତା ଜୁଲାଇ ୧୫ ତାରିଖ ଠାରୁ ଦେଶରେ ୧୮ ବର୍ଷରୁ ୫୯ ବର୍ଷ ପର୍ଯ୍ୟନ୍ତ ବୟସର ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ ଦିଆଯିବ ।
ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ସ୍ଵାଗତ କରିଛନ୍ତି । ଏହା ସହିତ ରାଜ୍ୟବାସୀଙ୍କୁ ବୁଷ୍ଟର ଡୋଜ ନେବାକୁ ଆହ୍ୱାନ କରିଛନ୍ତି । ନବୀନ ଟ୍ୱିଟ କରି ଏହା ଜଣାଇଛନ୍ତି ।
Welcome the decision of Government of India to launch a special drive to provide free precaution doses of #COVID19 vaccines to 18-59 age group of people. Appeal all eligible people to come forward and get vaccinated for a #CovidFreeOdisha.
— Naveen Patnaik (@Naveen_Odisha) July 13, 2022
ଏକ କୋଭିଡ ମୁକ୍ତ ରାଜ୍ୟ ପାଇଁ ନବୀନ ଓଡ଼ିଶା ବାସୀଙ୍କୁ ବୁଷ୍ଟର ଡୋଜ ନେବାକୁ ଆହ୍ୱାନ କରିଛନ୍ତି । ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ମାଗଣା ବୁଷ୍ଟର ଡୋଜ ଦିଆଯାଉଛି ।
Comments are closed.