Latest Odisha News

BREAKING NEWS

ମମତା ଦାର୍ଜିଲିଂରେ ରାଜ୍ୟପାଳ ଜଗଦୀପଙ୍କୁ ଭେଟିଲେ, କହିଲେ ରାଜନୀତି ନାହିଁ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଦିନ ଦାର୍ଜିଲିଂରେ ରାଜ୍ୟପାଳ ଜଗଦୀପ ଧନକଡ଼ଙ୍କୁ ଭେଟିବାକୁ ନେଇ ଏବେ ଚର୍ଚା ଜୋର ଧରିଛି । ନିକଟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବି ବସିଥିବା ଦେଖିବାକୁ ମିଳିଛି ।

ତେବେ ମମତା ବାନାର୍ଜୀ ଏହାକୁ ସୈାଜନ୍ୟମୂଳକ ବୈଠକ ବୋଲି କହିଛନ୍ତି ।  ଆଗାମୀ ରାଷ୍ଟ୍ରପତି ନିର୍ବାଚନ ସମେତ କିଛି ବି ରାଜନୈତିକ  ବିଷୟ ଉପରେ ଆଲୋଚନା କରାଯାଇ ନାହିଁ ବୋଲି ସେ କହିଛନ୍ତି । ତେବେ ଆଜିର ସାକ୍ଷାତ ବେଳର ଫଟୋ ବେଶ ଭାଇରାଲ ହେବାରେ ଲାଗିଛି । କାରଣ ସମସ୍ତେ ଜାଣନ୍ତି ମମତା ବାନାର୍ଜୀଙ୍କ ସହ ଜଗଦୀପ ଧନକଡଙ୍କର ପଡ଼େ ନାହିଁ । ଉଭୟେ ପରସ୍ପରକୁ ସର୍ବସାଧାରଣରେ ସମାଲୋଚନା କରିଥାନ୍ତି । ତେବେ ଆଜିର ସାକ୍ଷାତ କିଛି ଭିନ୍ନ ଦୃଶ୍ୟ ଦେଖାଉଛି ।

40 ମିନିଟ୍ ବୈଠକ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ରାଜ୍ୟପାଳଙ୍କଠାରୁ ନିମନ୍ତ୍ରଣ ପାଇବା ପରେ ସେ ଆସିଥିଲେ ।  ସାକ୍ଷାତ ଭଲ ହେଲା । ଏହା  ସହ ମମତା ଆହୁରି କହିଛନ୍ତି ଯେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କୁ ଭେଟି ସେ ବହୁତ ଖୁସି ଅନୁଭବ କରୁଛନ୍ତି ।  ଯେତେବେଳେ ସେ କାମାକ୍ଷା ମନ୍ଦିର ଯାଇଥିଲେ  ସେତେବେଳେ ସେ ତାଙ୍କୁ ବହୁତ ସାହାଯ୍ୟ କରିଥିଲେ।  ମମତା କହିଛନ୍ତି ଯେ  ପଶ୍ଚିମବଙ୍ଗରେ ଅନେକ ଆସାମୀ ଏବଂ ଆସାମରେ ଅନେକ ବଙ୍ଗୀୟ ଅଛନ୍ତି।  ଦୁଇ ରାଜ୍ୟ ସରକାର ପରସ୍ପର ସହ ଯୋଗାଯୋଗ ଜାରି ରଖିବା ଜରୁରୀ ।

ସେ କହିଛନ୍ତି ଯେ ସରମା ତାଙ୍କୁ ‘ଗାମୋସା’ (ପାରମ୍ପାରିକ ଆସାମ ସ୍କାର୍ଫ) ଉପହାର ଦେଇଛନ୍ତି ଏବଂ ସେ ତାଙ୍କୁ ‘ଉତ୍ତୋରିୟୋ’ (ପାରମ୍ପାରିକ ବଙ୍ଗଳା ସ୍କାର୍ଫ) ଦେଇଛନ୍ତି । ରାଷ୍ଟ୍ରପତି ନିର୍ବାଚନ ବିଷୟରେ ମମତା କହିଛନ୍ତି ଯେ ଆମ ପ୍ରାର୍ଥୀ ଅଲକା ତାଙ୍କ ପ୍ରାର୍ଥୀ ଅଲଗା ତେଣୁ ସେ ବିଷୟରେ ଆଲୋଚନା ହୋଇନାହିଁ ।

 

Leave A Reply

Your email address will not be published.