Latest Odisha News

BREAKING NEWS

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଐତିହ୍ୟ କରିଡ଼ର୍ ‘ସୌନ୍ଦର୍ଯ୍ୟକରଣ ନକ୍ସା’କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀସ୍ଥିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ର ଧାମର ବିକାଶ ଓ ସୌନ୍ଦର୍ଯ୍ୟକରଣ ଲାଗି ଐତିହ୍ୟ କରିଡ଼ର୍ କରିବେ ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ସୋମବାର ଦିନ ରାଜଧାନୀସ୍ଥିତ ଲୋକସେବା ଭବନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ‘ସୌନ୍ଦର୍ଯ୍ୟକରଣ ନକ୍ସା’ର ମୂଲ୍ୟବାନ ମତାମତ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ମହାପ୍ରଭୁଙ୍କ ପୁରୀ ଧାମକୁ ବର୍ଷସାରା ଦେଶ ବିଦେଶରୁ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଆସୁଛନ୍ତି । ତେଣୁ ସେମାନଙ୍କୁ ଆବଶ୍ୟକ ସୁବିଧା ସଯୋଗ ଯୋଗାଇଦେବା ସହିତ ସେମାନେ ଯେପରି ପବିତ୍ର ଅନୁଭୂତି ନେଇ ଫେରିବେ, ତା ଉପରେ ଏହି ପାରିପାଶ୍ୱର୍ିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି ।

ଏଥିରେ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଅତ୍ୟାଧୁନିକ ଶୃଙ୍ଖଳିତ ଧାଡ଼ି ବ୍ୟବସ୍ଥା କରାଯିବା ସହିତ ମଝିରେ ମଝିରେ ବିଶ୍ରାମ ନେବାର ସୁବିଧା ମଧ୍ୟ କରାଯିବ । ଯାତ୍ରୀମାନଙ୍କ ପାଦ ଓ ହାତ ଧୋଇବା ନିମନ୍ତେ ଅତ୍ୟାଧୁନିକ ବ୍ୟବସ୍ଥା, ଉପଯୁକ୍ତ ଆଲୋକ, ସିସି ଟିଭି ବ୍ୟବସ୍ଥା ସହିତ ପିଇବା ପାଣି ଓ ଶୌଚାଳୟର ବିକାଶ କରାଯିବ ।

ଶ୍ରୀମନ୍ଦିର ଚାରିପାଖରେ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରାଯିବ । ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ବେଶ, ଦଶାବତାର ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ବୈଭବ ସମ୍ପର୍କରେ ଯାତ୍ରୀ ମାନଙ୍କ୍ୁ ଅବଗତ କରାଇବା ବ୍ୟବସ୍ଥା କରାଯିବ । ମୁକ୍ତାକାଶ ମଞ୍ଚରେ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଦର୍ଶନର ଆୟୋଜନ ମଧ୍ୟ କରାଯିବ ।

ବୈଠକର ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରି ୫-ଟି ସଚିବ ଭି କେ ପାଣ୍ଡିଆନ ଏହି ଐତିହ୍ୟ କରିଡ଼ରର ପରିକଳ୍ପନା କିପରି ହେଲା, ସେ ସମ୍ପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ୨୦୧୬ ଜାନୁଆରୀରେ ସେ ମୁଖ୍ୟମନ୍ତ୍ରୀଙ୍କ ସହିିତ ଯେତେବେଳେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଉଥିଲେ, ସେତେବେଳେ ସେ ଲକ୍ଷ୍ୟ କରିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ରାସ୍ତାର ଦୁଇ ପାଖରେ ଥିବା ସବୁ ହୋର୍ଡ଼ିଂ ଯେଉଁଥିଲେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଫଟୋ ଚିତ୍ର ରହିଛି ସେସବୁକୁ ପ୍ରଣାମ କରୁଛନ୍ତି । ଏଥିରୁ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରଗାଢ ଭକ୍ତି ସମ୍ପର୍କରେ ଅନୁମେୟ କରିପାରିଥିଲେ । ଫେରିବା ବାଟରେ ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥଙ୍କ ଶଙ୍ଖ କ୍ଷେତ୍ରର ସ୍ୱତନ୍ତ୍ର ବିକାଶ ପାଇଁ ମତପ୍ରକାଶ କରିଥିଲେ । ସେବେଠାରୁ ଆରମ୍ଭ ହୋଇଛି ପୁରୀ ସହରର ପରିବର୍ତ୍ତନର ଅୟମାରମ୍ଭ ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହିଥିଲେ ।

ମତାମତ ପଠାଇବା ଲାଗି ସରକାରଙ୍କ ପକ୍ଷରୁ ଏକ ଇ-ମେଲ୍ ଆଡ୍ରେସ ଦିଆଯାଇଛି । ଏହି ଇ-ମେଲ୍ ଆଡ୍ରେସ ହେଉଛି । jagannath.or@nic.in ଏବଂ ଫୋନ ନମ୍ବର ହେଉଛି – ୦୬୭୫୨-୨୫୨୯୦୦ ।

Leave A Reply

Your email address will not be published.