Latest Odisha News

BREAKING NEWS

ଆଜି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ; ମେଗା ଉଠାଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ

କଳାହାଣ୍ଡି: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତ କରିବେ । ଦିନ ସାଢେ ୧୧ ତା ସୁଦ୍ଧା ମୁଖ୍ୟମନ୍ତ୍ରୀ ଜୟପାଟଣା ବ୍ଲକ ମଗଂଲପୁରରେ ପହଞ୍ଚିବା ନେଇ କାର୍ଯ୍ୟକ୍ରମ ରହିଛି।

ସୂଚନାନୁସାରେ, ଭର୍ଚୁଆଲ ମାଧ୍ୟମରେ ଇନ୍ଦ୍ରାବତୀ ମଗଂଲପୁର ଠାରେ ୭୫୬ କୋଟି ବ୍ୟୟରେ ନିର୍ମିତ ପାର୍ବତୀଗିରି ମେଗା ଉଠାଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିବେ ନବୀନ । ଏହି ପ୍ରକଳ୍ପ ଦ୍ବାରା ଜୟପାଟଣା , କୋକସରା ଏବଂ ଧର୍ମଗଡ ବ୍ଲକ ର ୨୫ ହଜାର ୨୭୫ ହେକ୍ଟର ଜମିକୁ ଜଳସେଚନ ହୋଇପାରିବ ।

ଏହି ଉଠାଜଳସେଚନ ପ୍ରକଳ୍ପ ଦ୍ବାରା ପାଖାପାଖି ୯୦ ଟି ଗାଁର ୫୦ ହଜାର ରୁ ଅଧିକ ଲୋକ ଲାଭବାନ ହୋଇ ପାରିବେ । ଏହାସହ ପ୍ରାୟ ୧୦୬୪ କୋଟି ୮୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ୫୪ ଟି ପ୍ରକଳ୍ପକୁ ଉଦଘାଟନ କରିବା ସହ ଏବଂ ୧୦୨୩ କୋଟି ୪୨ ଲକ୍ଷ ଟଙ୍କାର ୫୨ ଟି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ।

ଏଥିପାଇଁ କଳାହାଣ୍ଡି ଜିଲ୍ଲାରେ ବ୍ୟାପକ ଆୟୋଜନ କରିଛି ଶାସକ ଦଳ ।

କୋଭିଡ କଟକଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମାବେଶକୁ ୪୦ ଗୋଟି ପଞ୍ଚାୟତରେ ସିଧା ପ୍ରସାରଣର ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରାୟ ୨୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Leave A Reply

Your email address will not be published.