ଭୁବନେଶ୍ୱର: ଆଜି ପବିତ୍ର ମକର ସଂକ୍ରାନ୍ତି। ଏଥିପାଇଁ ଘରେ ଘରେ ପ୍ରସ୍ତୁତ ହୋଇଛି ମକର ଚାଉଳ। କୋଭିଡ କଟକଣା ମଧ୍ୟରେ ଏହି ସଂକ୍ରାନ୍ତି ଅବସରରେ ଲୋକେ ସକାଳୁ ସକାଳୁ ମନ୍ଦିର ଯାଇ ଭଗବାନଙ୍କ ଦର୍ଶନ କରୁଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ରାଜ୍ୟବାସୀଙ୍କୁ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ଵିଇଟରେ ଲେଖିଛନ୍ତି,‘‘ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା। ଆନନ୍ଦ ଉଲ୍ଲାସର ପର୍ବ ମକର ସଂକ୍ରାନ୍ତିରେ ସମସ୍ତଙ୍କୁ ସୁଖମୟ ଜୀବନ କାମନା କରୁଛି।’’ଆଜିଠାରୁ ସୂର୍ଯ୍ୟଙ୍କର ଉତରାୟଣ ଗତି ଆରମ୍ଭ ହେବ ।
Comments are closed.