Latest Odisha News

BREAKING NEWS

ଆଜି ୧୦୫ଟି ପୌରାଞ୍ଚଳରେ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ

ଭୁବନେଶ୍ୱର: ଆଜି ୧୦୫ଟି ପୌରାଞ୍ଚଳରେ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ । ଏହାସହ କଟକ ମହାନଗର ନିଗମର ଡେପୁଟି ମେୟର ପଦ ପାଇଁ ଭୋଟ ମଧ୍ୟ ହେବ ।ସେହିପରି ଅପରାହ୍ଣ ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ଭୋଟ ହେବ ।

୨ରୁ ଅଧିକ ପ୍ରାର୍ଥୀ ଥିଲେ ରାଉଣ୍ଡ ଓ୍ୱାରି ଭୋଟିଂ ହେବ । ପ୍ରତି ରାଉଣ୍ଡରେ କମ୍ ଭୋଟ ପାଇଥିବା ଜଣେ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରୁ ହଟିବେ । ଶେଷ ୨ଜଣଙ୍କ ମଧ୍ୟରେ ଚୂଡ଼ାନ୍ତ ଲଢ଼େଇ ହେବ

ଗୁରୁବାର ପୂର୍ବାହ୍ନ ୧୦ଟାରୁ ପୌର ଉପାଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କାର୍ଯ୍ୟ ଆରମ୍ଭ ହେବ । ଦିନ ୧୧ଟା ପର୍ଯ୍ୟନ୍ତ ଏହା ଚାଲିବ । ୧୧ଟାରୁ ୧୨ଟା ମଧ୍ୟରେ ନାମାଙ୍କନପତ୍ର ଯାଞ୍ଚ ଓ ଏହାପରେ ଦିନ ଗୋଟାଏ ଯାଏଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟ ଧାର୍ଯ୍ୟକରାଯାଇଛି । ଅପରାହ୍ଣ ସାଢ଼େ ଗୋଟାଏରୁ ୩ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଜାରି ରହିବ ।

ମତଦାନ ପରେ ସେହିଦିନ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ । ସେହିଭଳି କଟକ ମହାନଗର ନିଗମ ଡେପୁଟି ମେୟର ପଦବୀ ପାଇଁ ନିର୍ବାଚନ ହେବ ।

ଅନ୍ୟପକ୍ଷରେ ୮ ତାରିଖରେ ବ୍ରହ୍ମପୁର ଓ ୯ ତାରିଖରେ ଭୁବନେଶ୍ୱର ମହାନଗର ନିଗମ ପାଇଁ ଡେପୁଟି ମେୟର ପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ । ମହାନଗର ନିଗମ ଗୁଡ଼ିକରେ ନିର୍ଦ୍ଧାରିତ ଦିନ ୧୦ଟାରୁ ୧୧ଟା ନାମାଙ୍କନପତ୍ର ଦାଖଲ। ୧୧ଟାରୁ ୧୨ଟା ନାମାଙ୍କନ ଯାଞ୍ଚ ଏବଂ ଦିନ ଗୋଟାଏ ଯାଏଁ ପ୍ରାର୍ଥିତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି ।

ମତଦାନ ସରିବା ପରେ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ । ଅନ୍ୟପକ୍ଷରେ ନିୟମ ଅନୁସାରେ ଦଳୀୟ କାଉନ୍‌ସିଲରମାନେ ଏଜେଣ୍ଟକୁ ଦେଖାଇ ଭୋଟ ଦେବେ । ଉପାଧ୍ୟକ୍ଷ ପଦବୀ ପାଇଁ ଦୁଇରୁ ଏକାଧିକ ପ୍ରାର୍ଥୀ ଥିଲେ ଏକାଧିକ ଥର ନିର୍ବାଚନ ଅନୁଷ୍ଠିତ ହେବ ।

୩ ଜଣ ପ୍ରାର୍ଥୀ ରହିଥିଲେ ଭୋଟ କରାଯାଇ ସର୍ବଶେଷ ପ୍ରାର୍ଥୀଙ୍କୁ ବାଦ୍‌ ଦିଆଯିବ । ଅନ୍ୟ ଦୁଇଜଣଙ୍କ ଭୋଟ ସମାନ ରହିଲେ ଲଟେରୀ ଜରିଆରେ ଫଇସଲା କରାଯିବ । ଏପଟେ ଦଳବଦଳ ବିରୋଧ ଆଇନ ଲାଗୁ ହୋଇଥିବାରୁ ରାଜନୈତିକ ଦଳ ନିଜ ପ୍ରତିନିଧି ଦେଇପାରିବେ ।

 

Leave A Reply

Your email address will not be published.