Latest Odisha News

BREAKING NEWS

 ଅନୁବାଦ କବିତା : ସୁଖାନୁଭୁତି

ଲୁଇସ ଗ୍ଲୁକ

ଏକ ଧଳା ବିଛଣାରେ
ଶୟନରତ ଜଣେ ପୁରୁଷ ଓ ନାରୀ।
ସକାଳ ହେଲାଣି, ମତେ ଲାଗୁଛି
ସେମାନେ ଖୁବ୍ ଶୀଘ୍ର ଉଠିପଡ଼ିବେ।

ଖଟ ପାଖର ଫୁଲଦାନିରେ
କିଛି କଇଁ ଫୁଲ, ସୂର୍ଯ୍ୟ କିରଣ
ତାଙ୍କ ଗଳାରେ ଏକ ଛୋଟ ଜଳାଶୟର ଭ୍ରମ ସୃଷ୍ଟି କରୁଛି।

ମୁଁ ଲକ୍ଷ୍ୟ କଲି , ପୁରୁଷଟି ସ୍ତ୍ରୀ ଆଡ଼କୁ
ପାଖ ଲେଉଟାଇଲା , ତାକୁ ଡାକିବ ବୋଲି ମନେ ହେଲା
କିନ୍ତୁ ନିଃଶବ୍ଦରେ ତା’ ମୁହଁରେ ….

ଝରକାର ବିତାନ ଉପରେ ଚଢ଼େଇଟିଏ
ଡାକ ଛାଡ଼ିଲା , ଥରେ , ଦୁଇଥର
ଏବଂ ସେଇ ସମୟରେ ସେ ମହିଳା
ହଲ ଚଲ ହେଲେ, ଉଠିବା ପରି
ତାଙ୍କ ଦେହସାରା ସେଇ ପୁରୁଷର
ନିଃଶ୍ବାସ ପ୍ରଶ୍ଵାସରେ ଭରା ।

ମୁଁ ଆଖି ଖୋଲିଲି,
ତୁମେ ମତେ ଅନାଇ ରହିଛ ।
କୋଠରୀର ସବୁ ଆଡ଼େ ସୂର୍ଯ୍ୟର କିରଣ
ଧୀରେ ଧୀରେ ମାଡ଼ି ଚାଲିଛି।

ତୁମେ କହିଲ , ତୁମ ମୁହଁକୁ ଅନାଇବା ପାଇଁ
ନିଜ ମୁହଁକୁ ମୋର ଖୁବ୍ ପାଖରେ ରଖି ,
ଯେମିତି ସେଇଟା ଏକ ଦର୍ପଣ।
ତୁମେ କେତେ ଶାନ୍ତ ।
ଜ୍ୱଳନ୍ତ ଚକଟି ଆମ ଉପର ଦେଇ
ନମ୍ର ଓ କୋମଳତାର ସହ ଗଡ଼ି ଚାଲିଗଲା।

ଅନୁବାଦ : ମନୋରଞ୍ଜନ ହୋତା

Leave A Reply

Your email address will not be published.