Latest Odisha News

BREAKING NEWS

ସିଏମି ମେୟର ନିର୍ବାଚନ: ପ୍ରଥମ ରାଉଣ୍ଡ ସୁଦ୍ଧା ଆଗରେ ବଜେଡି ପ୍ରାର୍ଥୀ ସୁବାସ ସିଂ

କଟକ: କିଏ ହାତେଇବ କଟକ ମହାନଗର ନିଗମ ମେୟର ପଦ ? ଭୋଟ୍ ଗଣତି ସହ ପ୍ରାର୍ଥୀଙ୍କର ହୃତସ୍ପନ୍ଦନ ବଢୁଛି । ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା କଟକ ମହାନଗର ନିଗମରେ ବିଜେଡି ଓ କଂଗ୍ରେସ ଭିତରେ ଟକ୍କର ହେଉଛି । ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ସୁବାସ ସିଂ ୩୧୬୦ ଖଣ୍ଡ ଭୋଟ୍ ପାଇଛନ୍ତି ।

ସୁବାସ ସିଂଙ୍କୁ କଡ଼ା ଟକ୍କର ଦେଉଛନ୍ତି କଂଗ୍ରେସ ମେୟର ପ୍ରାର୍ଥିନୀ ଗିରିବାଳା ସାହୁ । ତାଙ୍କ ଖାତାରେ ବର୍ତ୍ତମାନ ସୁଦ୍ଧା ୨୯୦୭ ଖଣ୍ଡ ଭୋଟ୍ ପଡ଼ିଛି । ସେହିପରି ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ୧୦୪୬ ଖଣ୍ଡ ଭୋଟ୍ ପାଇଛନ୍ତି ।

Leave A Reply

Your email address will not be published.