Latest Odisha News

BREAKING NEWS

ଯାଜପୁର ଓ ବୌଦ୍ଧ ଏନଏସି ଅଧ୍ୟକ୍ଷ ପଦ ହାତେଇଲା ବିଜେଡି

ଯାଜପୁର/ବୌଦ୍ଧ: ପୌର ନିର୍ବାଚନରେ ଆଜି ଆସିବ ରେଜଲ୍ଟ । ସକାଳ ୮ଟାରୁ ଭୋଟ୍ ଗଣତି ଚାଲିଛି । ପ୍ରାରମ୍ଭିକ ଗଣତିରେ ବିଭିନ୍ନ ଏନଏସି, ମ୍ୟୁନିସିପାଲିଟିରେ ରହିଛନ୍ତି ବିଜେଡି ପ୍ରାର୍ଥୀ । ଯାଜପୁର ଓ ବୌଦ୍ଧ ଜିଲ୍ଲାରେ ଏନଏସି ଅଧ୍ୟକ୍ଷ ନିର୍ବାଚନରେ ବାଜି ମାରିଛି ବଜେଡି । ଏଠାର ଅଧ୍ୟକ୍ଷ ପଦ ବିଜେଡି ଖାତାକୁ ଯାଇଛି ।

ଯାଜପୁରରେ ବିଜେଡିର ରଞ୍ଜୁଲତା ହୋତା ବିଜୟୀ ହୋଇଛନ୍ତି । ବିଜେଡି ରଞ୍ଜୁଲତା ହୋତା ୧୬ ହଜାର ୨୦୬ ଖଣ୍ଡ ଭୋଟରେ ଜିତିଛନ୍ତି । ସେହିପରି ବୌଦ୍ଧରେ ଏନଏସି ଅଧ୍ୟକ୍ଷ ପଦରେ ବାଜି ମାରିଛନ୍ତି ବିଜେଡିର ମୃତ୍ୟୁଞ୍ଜୟ ମିଶ୍ର । ବୌଦ୍ଧରେ ସମୁଦାୟ ୧୭ଟି ୱାର୍ଡ ମଧ୍ୟରୁ ୧୫ ଟିରେ ବିଜେଡି ବିଜୟୀ ହୋଇଛି । ବିଜେପି ଖାତାକୁ ଯାଇଛି ୨ଟି ୱାର୍ଡ ।

Leave A Reply

Your email address will not be published.