Latest Odisha News

BREAKING NEWS

କରୋନା ମୁକାବିଲା ପାଇଁ ଟେଷ୍ଟିଂକୁ ଅଧିକ ଗୁରୁତ୍ୱ: ଅନନ୍ୟା ଦାସ

କଟକ: ମାଡି ଚାଲିଛି ମହାମାରୀ କରୋନା । ଏହାର ମୁକାବିଲା ପାଇଁ ଟେଷ୍ଟିଂକୁ ଦିଆଯାଉଛି ଅଧିକ ଗୁରୁତ୍ୱ । ଟେଷ୍ଟିଂ ପାଇଁ ସିଏମସିରେ ୪ଟି ମୋବାଇଲ ୟୁନିଟ, ୪ଟି ଫିକ୍ସଡ ସେଣ୍ଟର କାମ କରୁଛି। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସିଏମ୍‌ସି କମିସନର ଅନନ୍ୟା ଦାସ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଗ୍ରାମାଂଚଳରେ ୧୩ଟି ବ୍ଲକ ଲେବଲ ଟେଷ୍ଟିଂ ଟିମ କାମ କରୁଛନ୍ତି। କଣ୍ଟେନମେଣ୍ଟ ଜୋନରେ ଟେଷ୍ଟିଂକୁ ବଢ଼ାଇ ଦିଆଯାଇଛି। କଟକରେ ପଂଜୀକୃତ ଘରୋଇ ଲ୍ୟାବ ଆଣ୍ଟିଜେନ ଟେଷ୍ଟ କରିପାରିବେ। ପୋଷ୍ଟ ପିଜି ଡକ୍ଟରଙ୍କୁ ନିଯୁକ୍ତ କରାଯାଇଛି। ସିସିସିରେ ପିଜି ଡାକ୍ତର ନିଯୁକ୍ତ କରାଯାଇଛି। କଟକରେ କରୋନା ଯେପରି ଭାଇଚାରା ଭାଙ୍ଗି ନପାରିବ, ସେଥିପାଇଁ ଆମେ ଗୁରୁତ୍ୱ ଦେବା। କିନ୍ତୁ ସମସ୍ତଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ମାନିବାର ଅଛି ବୋଲି ସିଏମସି କମିସନର କହିଛନ୍ତି ।

Leave A Reply

Your email address will not be published.