Latest Odisha News

BREAKING NEWS

ତାଳଚେର: ମାଟି ଦବିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ର କୋଇଲା ମନ୍ତ୍ରୀ

ତାଳଚେର: ତାଳଚେର ପୋଲିସ ଷ୍ଟେସନ ନିକଟରେ ଥିବା ୨ଟି ଘର ମଧ୍ୟରେ ମାଟି ଦବିବା ଘଟଣାକୁ ଗୁରୁତ୍ୱ ଦେଇ କେନ୍ଦ୍ର କୋଇଲା ମନ୍ତ୍ରୀ ପିୟୁଷ ଗୋଏଲ ଏହି ଘଟଣାର ବିଧିବଦ୍ଧ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଏସମ୍ପର୍କରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପଧାନଙ୍କର ଏକ ଅନୁରୋଧ ପତ୍ର ପାଇ କେନ୍ଦ୍ର କୋଇଲା ମନ୍ତ୍ରୀ ଏହି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପତ୍ରରେ ଏହି ମାଟି ଦବିବା ଅଞ୍ଚଳରେ ସୁରକ୍ଷା ତଥା ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ତୁରନ୍ତ ପଦକ୍ଷେପ ନେବା ଲାଗି କେନ୍ଦ୍ର କୋଇଲା ମନ୍ତ୍ରୀଙ୍କ୍ୁ ନିବେଦନ କରିଥିଲେ ।

କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ତାଳଚେରର ଏହି ଘଟଣାର ଗୁରୁତ୍ୱ ଦେବାକୁ ନିଶ୍ଚିତ ଭାବେ ପଦକ୍ଷେପ ଗ୍ରହଣ କରିବାକୁ ଜଣାଇଥିଲେ । କୋଇଲା ମନ୍ତ୍ରୀ ଏନେଇ ତୁରନ୍ତ ଏହି ଘଟଣାର ତଦନ୍ତ କରିବାକୁ ଡ଼ାଇରେକ୍ଟର ଜେନେରାଲ ମାଇନ୍ସ ସେଫ୍ଟି (ଡ଼ିଜିଏମଏସ), ସେଣ୍ଟ୍ରାଲ ମାଇନ ପ୍ଲାନିଂ ଏଣ୍ଡ ଡ଼ିଜାଇନ ଇନଷ୍ଟିଚ୍ୟୁଟ ଲିମିଟେଡ଼ (ସିଏମପିଡ଼ିଆଇଏଲ) ଏବଂ ମହାନଦୀ କୋଲ୍ ଫିଲ୍ଡସ ଲିମିଟେଡ଼ (ଏମସିଏଲ)କୁ ନିର୍ଦ୍ଦେଶ ଦେଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ବୁଧବାର ଦିନ ଶାନ୍ତି ବାଇ ନାମକ ଜଣେ ମହିଳାଙ୍କ ଘରେ ୫ ଫୁଟ ଲମ୍ବ ଓ ୬ ଫୁଟ ଓସାର ଅଞ୍ଚଳରେ ମାଟି ଘର ଭିତରେ ଦବିଯାଇଥିଲା, ଏପରିକି ତାଙ୍କ ପାଖ ପଡ଼ିଶା ଘରେ ମଧ୍ୟ ସେହିପରି ମାଟି ଦବି ଯାଇଥିଲା । ଏହାଫଳରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ ଅବସ୍ଥାରେ ଘରୁ ପଦାକୁ ଚାଲି ଆସି ଉଦ୍ଧାର ଲାଗି ପାଟି କରିଥିଲେ ।

ଏହି ଘଟଣା ପ୍ରସାରିତ ହେବା ପରେ ଆଖପାଖ ଅଞ୍ଚଳରୁ ଶହଶହ ସଂଖ୍ୟାରେ ଲୋକମାନେ ଏହି ମାଟି ଦବିବା ସ୍ଥାନକୁ ଦେଖିବାକୁ ଭିଡ଼ ଜମାଇଥିଲେ ।

ଏହି ଘଟଣାଟି ରାତି ଠିକ୍ ୮ଟା ସମୟରେ ଘଟିଥିଲା ।

ମହାନଦୀ କୋଲ ଫିଲ୍ଡସ (ଏମସିଏଲ)ର ପରିଚାଳନାଗତ ତ୍ରୁଟି ନିମନ୍ତେ ଏପରି ଘଟିଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଦଦନ୍ତ କରିବାକୁ ଦାବି କରି ତାଳଚେରରେ ଗୁରୁବାର ଦିନ ସ୍ଥାନୀୟ ବାସିନ୍ଦା ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦେଇଥିଲେ ।

ଏହି ବନ୍ଦ ଡ଼ାକରା ଫଳରେ ସହରରେ ଥିବା ଅଧିକାଂଶ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବା ଫଳରେ କୋଇଲା ପରିବହନ କାର୍ଯ୍ୟ ପ୍ରଭାବିତ ହୋଇଥିଲା ।

ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୭ଜଣ ଆନ୍ଦୋଳନକାରୀଙ୍କୁ ପୋଲିସ ଧରିନେଇ ଅଟକ ରଖିଥିଲେ, ଆଜି ସକାଳେ ୨ଜଣ ବିକ୍ଷୋଭକାରୀଙ୍କୁ ପୋଲିସ ଅଟକ ରଖିଛନ୍ତି ।

ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ତାଳଚେରରେ ଆନ୍ଦୋଳନକାରୀମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିବା ଯୋଗୁଁ ଏବେ ଜନଜୀବନ ସ୍ୱାଭାବିକ ଅବସ୍ଥାକୁ ଫେରିଛି ।

Leave A Reply

Your email address will not be published.