Latest Odisha News

BREAKING NEWS

ବିଶୃଙ୍ଖଳା ଲାଗି ଶ୍ରୀକାନ୍ତ ଜେନାଙ୍କୁ କଂଗ୍ରେସ ଇସ୍ତାହାର କମିଟିରୁ ହଟାଗଲା: ହେମାନନ୍ଦ ବିଶ୍ୱାଳ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ ଇସ୍ତାହାର କମିଟିରୁ ହଟାଯିବାର ଗୋଟିଏ ଦିନ ପରେ ପିସିସି ଶୃଙ୍ଖଳାଗତ କମିଟିର ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ ଶୁକ୍ରବାର ଦିନ କହିଛନ୍ତି, ତାଙ୍କର ବିଶୃଙ୍ଖଳିତ ଆଚରଣ ଯୋଗୁଁ ଏହି ପଦରୁ ତାଙ୍କୁ ହଟାଯାଇଛି ।

“ ଜଣେ ଶୃଙ୍ଖଳିତ ନେତା ହେବା ଲାଗି ଶ୍ରୀକାନ୍ତଙ୍କୁ ଏହି ପଦରୁ ହଟାଇ ଦିଆଯାଇଛି । ସେ ସେ ତାଙ୍କର ଆଚରଣରେ ପରିବର୍ତ୍ତନ ନକରନ୍ତି, ତେବେ ତାଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯିବ । ଏପରିକି ତାଙ୍କର ଆଚରଣ ଲାଗି ସେ ଦଳରୁ ନିଲମ୍ବିତ କିମ୍ବା ବହିଷ୍କୃତ ମଧ୍ୟ ହୋଇପାରନ୍ତି,” ବୋଲି ଗଣମାଧ୍ୟମକୁ କହିଛନ୍ତି ହେମାନନ୍ଦ ବିଶ୍ୱାଳ ।

ଶ୍ରୀକାନ୍ତ ଜେନାଙ୍କ ଉପରେ ବର୍ଷୀ ବିରୋଧି ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, କଂଗ୍ରେସ ଖଣି-ମାଫିଆଙ୍କ ଦଳ ନୁହେଁ, ଯେଉଁମାନେ ଦଳକୁ ବଦନାମ କରିବାକୁ ଅପଚେଷ୍ଟା କରୁଛନ୍ତି ତାହା ଅପେକ୍ଷା ସେମାନେ ଦଳତ୍ୟାଗ କରିବା ଶ୍ରେୟସ୍କର । ଦଳକୁ ଯେଉଁମାନେ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କମିଟି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । “ ଏହା ଶ୍ରୀକାନ୍ତଙ୍କ ଲାଗି ଆତ୍ମ-ସମୀକ୍ଷାର ସମୟ ଏବଂ ସେ ଦଳ ଲାଗି ବହୁତ କ୍ଷତି ପହଞ୍ଚାଇଛନ୍ତି । କଂଗ୍ରେସ ସୁପ୍ରିମୋ ରାହୁଲ ଗାନ୍ଧି ଏବଂ ଓପିସିସି ସଭାପତି ଏସମ୍ପର୍କରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତ,” ବୋଲି ତାରା ବାହିନୀପତି କହିଛନ୍ତି ।

ଓପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଏଆଇସିସି ଜଣେ ଯୁବ ତଥା ଜ୍ଞାନୀ ଯୁବକଙ୍କୁ ଇସ୍ତାହାର କମିଟିର ଦାୟିତ୍ୱ ହସ୍ତାନ୍ତର କରିଛନ୍ତି, ସେ ପ୍ରତ୍ୟେକ ଜିଲ୍ଲା ଗସ୍ତ କରି ଜନସାଧାରଣଙ୍କ ସହିତ ଆଲୋଚନା କରିପାରିବେ ।

“ ଶ୍ରୀକାନ୍ତ ଜଣେ ଦକ୍ଷ ଏବଂ ଅନୁଭବୀ ନେତା । ଜଣେ ଯୁବ ତଥା ଗତିଶୀଳ ହୋଇଥିବା ହେତୁ ଗଣେଶ୍ୱର ବେହେରାଙ୍କୁ ଏଆଇସିସି ଏହି ପଦବୀ ଲାଗି ଚୟନ କଲେ,” ବୋଲି ସେ କହିଛନ୍ତି ।

Leave A Reply

Your email address will not be published.