Latest Odisha News

ସମୁଦ୍ରରେ ନିଖୋଜ ଛାତ୍ରୀଙ୍କୁ ଖୋଜୁଛି ଏୟାରକ୍ରାପ୍ଟ 

ବ୍ରହ୍ମପୁର: ଗଞ୍ଜାମ ଆର୍ଯ୍ୟପଲ୍ଲୀ ନିକଟରେ ସମୁଦ୍ରରେ ନିଖୋଜ ଛାତ୍ରୀଙ୍କୁ ଖୋଜିବା  ନିୟୋଜିତ ହୋଇଛି ଏୟାରକ୍ରାପ୍ଟ । କୋଷ୍ଟ ଗାର୍ଡ ମଧ୍ୟ ଏହି ଉଦ୍ଧାର କାମରେ ସାମିଲ ହୋଇଛନ୍ତି । ମଝି ସମୁଦ୍ର ଭିତରେ ପଇଁନ୍ତରା ମାରି ନିଖୋଜ ଛାତ୍ରୀଙ୍କୁ ଖୋଜିବାକୁ ଚେଷ୍ଟା କରୁଛି ଏୟାରକ୍ରାପ୍ଟ  ।

BjdElectrycity

ସୂଚନାଥାଉ କି,  ଆଜି ସକାଳୁ ସକାଳୁ ଗଞ୍ଜାମ ଆର୍ଯ୍ୟପଲ୍ଲୀ ନିକଟରେ ସମୁଦ୍ରରେ ଘଟିଥିଲା ଅଘଟଣ  । ଦୁଇ ଛାତ୍ରୀ ସ୍ୱପ୍ନା ରାଣୀ ପଣ୍ଡିତ ଓ  ପ୍ରଜ୍ଞାରାଣୀ ତ୍ରିପାଠୀ ଯାତ୍ରା ଦେଖିବା ପାଇଁ ନିଜ ମାମୁଁଙ୍କ ଘରକୁ ଆସିଥିଲେ । ଆଜି ସକାଳ ୭ଟା ବେଳେ ୫ଜଣ ସାଙ୍ଗ ମିଶି ସମୁଦ୍ରକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ସମୟରେ ୫ ଜଣ ଭାସି ଯାଇଥିଲେ । ତେବେ ତୁରନ୍ତ ୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଥିଲା । କିନ୍ତୁ ସ୍ୱପ୍ନା ଓ ପ୍ରଜ୍ଞା ସମୁଦ୍ର ସ୍ରୋତରେ ଭାସି ଯାଇଥିଲେ । ଗ୍ରାମବାସୀ ଏବଂ ଓଡ୍ରାଫ ବାହିନୀଙ୍କ ମିଳିତ ଉଦ୍ୟମରେ  ସ୍ୱପ୍ନାରାଣୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା । ହେଲେ ପ୍ରଜ୍ଞାଙ୍କର କୌଣସି ସନ୍ଧାନ ମିଳି ନ ଥିଲା ।

ତାଙ୍କୁ ଉଦ୍ଧାର କରିବା ପାଇଁ ଚାଲିଛି ଉଦ୍ୟମ । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ଅନୁଯାୟୀ,  ପ୍ରଜ୍ଞାଙ୍କୁ ଖୋଜିବା ପାଇଁ ଏୟାର କ୍ରାଫ୍ଟ ଯାଇଛି ।

Leave A Reply

Your email address will not be published.