Latest Odisha News

BREAKING NEWS

[ଭିଡ଼ିଓ]ଗୁଳିମାଡ଼ କରି ମେଡ଼ିସିନ୍ ଦୋକାନରୁ ଲୁଟ୍, ପୋଲିସର ତଦନ୍ତ ଜାରି

ଭଦ୍ରକ: ଗୁଳିମାଡ଼ କରି ମେଡ଼ିସିନ୍ ଦୋକାନରୁ ଲୁଟ୍ ହୋଇଛି। ଭଦ୍ରକ ଜିଲ୍ଲାରେ ଘଟିଛି ଏହି ଅଘଟଣ। ୩ଟି ମୋବାଇଲ ସହ ୧୫ରୁ ୨୦ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ।

ସୂଚନା ଅନୁସାରେ, ଭଦ୍ରକ ଆରଡ଼ି ଛକରେ ଥିବା ମାନବଜ୍ୟୋତି ମେଡ଼ିସିନ ଷ୍ଟୋରରୁ ହୋଇଛି ଲୁଟ୍। ଗତାକଲି ରାତିରେ ମେଡ଼ିସିନ ଦୋକାନ ଖୋଲାଥିଲା। ଏହି ସମୟରେ କିଛି ଦୁର୍ବୁତ୍ତ ବାଇକରେ ଆସି ଦୋକାନୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ସୌଭାଗ୍ୟବଶତଃ ଗୁଳିଟି ଦେହରେ ନବାଜି ତଳେ ବାଜିଥିଲା। ଗୁଳି ଶବ୍ଦ ଶୁଣି ଦୋକାନୀଙ୍କ ସମେତ ଅନ୍ୟ ଲୋକମାନେ ସେଠାରୁ ଭୟରେ ଦୌଡ଼ି ପଳାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୁତ୍ତମାନେ ମେଡ଼ିସିନ ଦୋକାନରୁ ମୋବାଇଲ ସହ କିଛି ଟଙ୍କା ଲୁଟ୍ କରି ପଳାଇଥିଲେ।

ଖବର ପାଇ ଘଟଣାସ୍ଥଳରେ ଥାନା ଅଧିକାରୀ ଆଲୋକ ଜେନା ପହଞ୍ଚି ସିସିଟିଭି ଯାଞ୍ଚ କରିଛନ୍ତି। ପୋଲିସ ତଦନ୍ତ ଆରମ୍ଭ କରିବା ସହ ଘଟଣାରେ କେଉଁମାନଙ୍କର ସମ୍ପୃକ୍ତି ରହିଛି ତାହା ଉପରେ ଅନୁସନ୍ଧାନ କରୁଛି। ତେବେ ଦୁଇଟି ବାଇକରେ ୬ରୁ ଅଧିକ ଦୁର୍ବୁତ୍ତ ଆସି ଲୁଟ୍ କରିଥିବା ସୂଚନା ମିଳିଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।

Leave A Reply

Your email address will not be published.