Latest Odisha News

BREAKING NEWS

୫ଟି ରାଜ୍ୟରେ ଶୀତଲହରୀ ଆଲର୍ଟ, ଘନକୁହୁଡ଼ି ପାଇଁ ଦୃଶ୍ୟମାନ ଦୂରତା ୨୫ ମିଟରରୁ ବି କମ୍

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ହାଡ଼ଭଙ୍ଗା ଶୀତ । ବିଶେଷ କରି ଦିଲ୍ଲୀ, ପଞ୍ଜାବ ଓ ହିମାଚଳପ୍ରଦେଶ ସମେତ ଉତ୍ତର ଭାରତର ଅନେକ ରାଜ୍ୟଗୁଡିକରେ ପାରଦ ଲଗାତାର ତଳକୁ ଖସୁଛି । ଘନକୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି । ଅନେକ ସ୍ଥାନର ଦୃଶ୍ୟମାନ ଦୂରତା ୧୦୦ ମିଟର ଥିବା ବେଳେ କେତେକ ସ୍ଥାନରେ ୨୫ ମିଟର ପର୍ଯ୍ୟନ୍ତ ରହୁଛି । କେତେକ ରାଜ୍ୟରେ ବର୍ଷା ହେବାର ଆଶଙ୍କା କରିଛି ପାଣିପାଗ ବିଭାଗ ।

ଦେଶରେ ଆସନ୍ତା ୫ ଦିନ ପାଇଁ ୫ ରାଜ୍ୟକୁ ଶୀତଲହରୀ ଆଲର୍ଟ ଜାରି ହୋଇଛି । ଏଗୁଡିକ ହେଉଛନ୍ତି ହିମାଚଳପ୍ରଦେଶ, ପଞ୍ଜବା, ହରିଆଣା, ଉତ୍ତରାଖଣ୍ଡ ଓ ଉତ୍ତର ରାଜସ୍ଥାନ । ଏସବୁ ସ୍ଥାନରେ ସକାଳୁ ପବନର ବେଗ ଅଧିକ ରହୁଛି ।

ପାଣିବାଗ ବିଭାଗ ଆଜି ପାଇଁ କେତେକ ସହରର ଭିଜିବିଲିଟି ରିପୋର୍ଟ ଜାରି କରିଛି । ଦିଲ୍ଲୀ ପାଲମ୍ ଠାରେ ସକାଳ ପ୍ରାୟ ସାଢେ ୫ଟାରେ ଭିଜିବିଲିଟି ୨୫ ମିଟର ରହିଥିଲା । ସଫଦରଜଙ୍ଗରେ ୫୦ ମିଟର, ପଞ୍ଜାବର ଭଟିଣ୍ଡାରେ ଅଧିକଘନକୁହୁଡ଼ି କାରଣରୁ ଜିରୋ ଭିଜିବିଲିଟି ଥିଲା । ଅମୃତସର, ପଟିଆଲା ଓ ଲକ୍ଷ୍ନୌରେ ଭିଜିବିଲିଟି ୨୫ ମିଟର ରେକର୍ଡ ହୋଇଛି ।

ଆଜି ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । କେରଳ, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ସହିତ ମହାରାଷ୍ଟ୍ରରେ ବି ବର୍ଷା ହେବାର ଆକଳନ କରାଯାଇଛି । ଦେଶର ବାକି ଅଂଶରେ ପାଗ ଶୁଷ୍କ ରହିବ । ପୂର୍ବ ଭାରତର ବିହାର ଓ ଉତ୍ତର ୟୁପିରେ ମଧ୍ୟମ କୁହୁଡ଼ି ଦେଖାଯିବ ।

ଦେଶର ରାଜଧାନୀ ଦିଲ୍ଲୀରେ ସକାଳ ୮ଟାରେ ତାପମାତ୍ରା ୯ ଡିଗ୍ରୀକୁ ଖସିଯାଇଛି । ଦିନ ତାପମାତ୍ରା ୨୨ ଡିଗ୍ରୀ ରହିବା ଅନୁମାନ କରାଯାଇଛି ।

Leave A Reply

Your email address will not be published.