Latest Odisha News

ଗୁରୁ ଖଗେଶ୍ୱର ମାର୍ଥା ଓ ସାଥୀଙ୍କ ଦ୍ୱାରା ପାଲା ପରିବେଷିତ

ଭୁବନେଶ୍ୱର : ଭାରତୀୟ ବିଦ୍ୟା ଭବନ ଏବଂ ଇମ୍ଫୋସିସ ଫାଉଣ୍ଡେସନର ମିଳିତ ସହଯୋଗରେ ବାଣୀଶ୍ରୀ କଳା ନିକେତନର ଗାୟକ ରତ୍ନ ଗୁରୁ ଖଗେଶ୍ୱର ମାର୍ଥା ଏବଂ ସାଥୀଙ୍କ ଦ୍ୱାରା ପାଲା ପରିବେଷିତ ହୋଇଯାଇଛି।

‘ ପାଲା ‘ ଓଡ଼ିଶାର ଜନଜୀବନ , ସଂସ୍କୃତି ଏବଂ ସାହିତ୍ୟ ଚେତନାର ବାର୍ତ୍ତାବହ। ଗାୟନ , ବିଶ୍ଳେଷଣ ଓ ନାଟକୀୟ ଅଭିନୟ ହିଁ ପାଲା ପରିବେଷଣର ମୁଖ୍ୟ ଆକର୍ଷଣ।

ଗୁରୁ ଖଗେଶ୍ୱର ମାର୍ଥା ଜାତୀୟ ସ୍ତରରେ ଜଣେ ସମ୍ମାନିତ ଏବଂ ପୁରସ୍କୃତ ବ୍ୟକ୍ତିତ୍ୱ। ତାଙ୍କର ପାଲା ପରିବେଷଣ ଦିଲ୍ଲୀ ଦୂରଦର୍ଶନ କେନ୍ଦ୍ରରୁ ଅନେକ ଥର ପ୍ରସାରିତ ହୋଇ ପ୍ରଶଂସା ସାଉଁଟିଛି

Leave A Reply

Your email address will not be published.