Latest Odisha News

ହାଡ଼ଭଙ୍ଗା ଜାଡ଼: ଫୁଲବାଣୀରେ ୫.୫ ଡିଗ୍ରୀକୁ ଖସିଲା ପାରଦ, ୯ଟି ସହରରେ ତାପମାତ୍ରା ୧୦ଡିଗ୍ରୀରୁ କମ୍

ଭୁବନେଶ୍ୱର: ଖସୁଛି ପାରଦ । ଥରୁଛି ସାରା ଓଡ଼ିଶା । ଫୁଲବାଣୀରୁ ଅନୁଗୁଳ, କୋରାପୁଟରୁ ବାରିପଦା । ଦକ୍ଷିଣରୁ ଉପକୂଳ, ପୁଣି ପଶ୍ଚିମରୁ ଉତ୍ତର ଓଡ଼ିଶା । ସବୁଠି ଏବେ ଶୀତର ରାଜ । ସାରା ରାଜ୍ୟରେ ପ୍ରବଳ ଥଣ୍ଡା । ୫.୫ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର ସବୁଠୁ ଶୀତଳ ସହର ପାଲଟିଛି ।

୧୦ ଡିଗ୍ରୀ ତଳେ ରାଜ୍ୟର ୯ଟି ସହରର ସର୍ବନିମ୍ନ ତାପମାତ୍ରା ରହିଛି । ଝାରସୁଗୁଡ଼ା ୭.୬, ଅନୁଗୁଳ ୮.୬, ଦାରିଙ୍ଗବାଡ଼ି ୯ , ବାରିପଦା ୮.୫, କୋରାପୁଟ ୮.୬, କେନ୍ଦୁଝର ୯.୫, ଭବାନୀପାଟଣା ୯.୨ ଓ ବଲାଙ୍ଗିର ୯.୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରିଛି ପାଣିପାଗ କେନ୍ଦ୍ର ।

ସେହିପରି କେନ୍ଦୁଝରରେ ୯.୫, ବୌଦ୍ଧ ୧୦.୫, ତାଳଚେର ୧୦.୬, କଟକରେ ୧୧ ଓ ଭୁବନେଶ୍ୱରରେ ୧୩.୯ ଡିଗ୍ରୀ ରହିଛି ପାରଦ । ରାଜ୍ୟରେ ଆଜି ୧-୨ ଡିଗ୍ରୀ ଯାଏ ତାପମାତ୍ରା ହ୍ରାସ ପାଇଛି । ପାଣିପାଗ ବିଭାଗ କହିଛି, ଆଉ କିଛି ଦିନ ଏଭଳି ଶୀତ ଲହରି ଜାରି ରହିବ ।

Leave A Reply

Your email address will not be published.