Latest Odisha News

BREAKING NEWS

ରାଜ୍ୟରେ ଶୀତ ଲହରୀ ବୃଦ୍ଧି, ୧୫ ଡିଗ୍ରୀ ତଳେ ୧୩ ସହର

ଭୁବନେଶ୍ୱର: ରାଜ୍ୟରେ ଏତେଟା ଥଣ୍ଡା ଅନୁଭୂତ ନହେଉଥିବା ବେଳେ ଶୁକ୍ରବାର ରାତିଠାରୁ ଶୀତର ମାତ୍ରା ବଢିଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଆକଳନ ଅନୁଯାୟୀ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇବେଳେ ଫୁଲବାଣୀରେ ଆଜି ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ, ସୋନପୁର (୮), ଅନୁଗୁଳ (୮.୬) ଏବଂ ଟିଟିଲାଗଡ (୯.୫)ରେକର୍ଡ କରାଯାଇଛି ।

ସେହିପରି ରାଜ୍ୟର କେତେକ ସହରର ପାରଦ ୧୫ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିଛି – ବାଲେଶ୍ୱର (୧୩.୯), ଚାନ୍ଦବାଲି (୧୪.୩), କଟକ (୧୨.୮), ଭୁବନେଶ୍ୱର (୧୨.୮), ଝାରସୁଗୁଡା (୧୦.୮), କେନ୍ଦୁଝର (୧୧.୮), ସମ୍ବଲପୁର (୧୧.୨), ସୁନ୍ଦରଗଡ (୧୧), ହୀରାକୁଦ (୧୪.୧), ତାଳଚେର (୧୩.୭), ଭବାନୀପାଟଣା(୧୨), ବଲାଙ୍ଗୀର (୧୨.୫) ଏବଂ କୋରାପୁଟ(୧୦.୬) ।

ଏହାବ୍ୟତିତ ଗତକାଲି ରାଜଧାନୀ ଭୁବନେଶ୍ୱର ଓ କଟକରେ ତାପମାତ୍ରା ୬ ଡିଗ୍ରୀ ସେଲସିୟସକୁ ଖସିଥିଲା ।

ଆହୁରି ମଧ୍ୟ ଆସନ୍ତା ଡିସେମ୍ବର ୮ ତାରିଖ ଯାଏଁ ରାଜ୍ୟରେ ଶୀତ ଲହରୀ ଜାରି ରହିବ । ଏହାବ୍ୟତିତ ଦକ୍ଷିଣ ଉପକୂଳ ଜିଲ୍ଲାର କିଛି ସ୍ଥାନରେ ପାଗ ଆଶିଂକ ମେଘୁଆ ସହିତ କୁହୁଡି ରହିବ । ପରବର୍ତ୍ତୀ ସମୟରେ ଡିସେମ୍ବର ୧୪ ତାରିଖ ବେଳକୁ ରାତ୍ରୀର ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Leave A Reply

Your email address will not be published.