Latest Odisha News

ଜାଡରେ ଥରୁଛି ଓଡିଶା, ୧୦ ଡିଗ୍ରୀ ତଳେ ୧୩ ସହରର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରବିବାର ଦିନ ସୋନପୁରରେ ବର୍ଷର ସର୍ବନିମ୍ନ ତାପମାତ୍ରା ୪.୮ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ ରାଜ୍ୟର ଫୁଲବାଣୀରେ ଆଜି ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ, ଦାରିଙ୍ଗବାଡି (୭.୨), ଟିଟିଲାଗଡ (୬.୫), କୋରାପୁଟ (୯), ବଲାଙ୍ଗିର(୯), ଭବାନୀପାଟଣା (୯.୩), ସୁନ୍ଦରଗଡ(୯.୫), ସମ୍ବଲପୁର (୯), କେନ୍ଦୁଝର (୮.୮), ଝାରସୁଗୁଡା (୮.୪), ଅନୁଗୁଳ (୬) ଓ ବାଲେଶ୍ୱର (୯.୮) ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।

ସେହିପରି କିଛି କିଛି ସ୍ଥାନରେ ୧୨ ଡିଗ୍ରୀ ତଳେ ପାରଦ ରହିଥିଲା । ସେଥିମଧ୍ୟରେ ରହିଛି ଚାନ୍ଦବାଲି (୧୧.୬), କଟକ (୧୦.୨), ବାରିପଦା(୧୧) ତାଳଚେର (୧୦.୩), ହୀରାକୁଦ (୧୦.୧୧), ଭୁବନେଶ୍ୱର(୧୧.୩) ଓ ମାଲକାନଗିରି (୧୦) ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ଜିଲ୍ଲାରେ କୋଲ୍ଡ ୱେଭ୍ ଜାରି ରହିବ । ଏହାବ୍ୟତିତ ଆସନ୍ତା ୬ ଦିନ ଯାଏଁ ଶୀତ ଲହରୀ ଲାଗି ରହିବା ସହ କିଛି ସ୍ଥାନରେ ରାତ୍ରୀର ତାପମାତ୍ରା ହ୍ରାସ ପାଇବ ବୋଲି ଆକଳନ କରାଯାଇଛି ।

Leave A Reply

Your email address will not be published.