Latest Odisha News

BREAKING NEWS

ଜାଡ଼ ଭାଙ୍ଗିବ ହାଡ଼: ୪-୫ ଦିନରେ ଆହୁରି ଥରିବ ଓଡ଼ିଶା

ଭୁବନେଶ୍ୱର: ଖସୁଛି ପାରଦ । ବଢୁଛି ଶୀତ । ରାଜ୍ୟରେ ଥଣ୍ଡା ଲହରି ଆରମ୍ଭ ହୋଇଛି । ଦୁଇ ଚାରି ଦିନରେ ଆହୁରି ଖସିବ ରାତିର ତାପମାତ୍ରା । ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ଖସିବା ସମ୍ଭାବନା ରହିଛି । ଫଳରେ ଶୀତର ପ୍ରକୋପ ଆହୁରି ବଢ଼ିବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ବାୟୁ ଆଜିଠାରୁ ଓଡିଶା ମଧ୍ୟକୁ ପ୍ରବେଶ ସମ୍ଭାବନା । ଫଳରେ ଆଗାମୀ ୪-୫ ଦିନ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ । ବାୟୁମଣ୍ଡଳର ଉପରିଭାଗରେ ଜଳୀୟବାଷ୍ପର ବ୍ୟାପକ ଉପସ୍ଥିତି ଯୋଗୁ ରାଜ୍ୟରେ ପ୍ରାୟ ଅଞ୍ଚଳରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ କମ ସହ ପାଗ ଧୁଆଁଳିଆ ରହିବ ବୋଲି ପାଣିପାଗ ବିଭାଗ କହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୧୧ ସହରରେ ତାପମାତ୍ରା ୧୫ଡିଗ୍ରୀ ତଳେ ଥିବା ରେକର୍ଜ ହୋଇଛି । ରାଜ୍ୟରେ ସବୁଠୁ ଶୀତଳ ସହର ପାଲଟିଛି ଦାରିଙ୍ଗିବାଡ଼ି । ସେଠାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ୍ ତଳେ ରହିଛି । ସେହିପରି କେନ୍ଦୁଝର, ଫୁଲବାଣୀ, ବଲାଙ୍ଗିର, ଝାରସୁଗୁଡା, ଭବାନୀପାଟଣା, ସୋନପୁର, କୋରାପୁଟ, ହୀରାକୁଦ, ବାରିପଦା ଓ ଚାନ୍ଦବାଲିରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ତଳେ ରେକର୍ଡ ହୋଇଛି ।

Leave A Reply

Your email address will not be published.