Latest Odisha News

BREAKING NEWS

ବ୍ୟସ୍ତ ବହୁଳ ଜୀବନରେ ଏହିପରି ନିଅନ୍ତୁ ନିଜର ଯତ୍ନ

ଭୁବନେଶ୍ୱର: ଆଧୁନିକତାର ସ୍ପର୍ଶ ଆମ ଦୈନନ୍ଦିନ ଜୀବନକୁ ଯେତିକି ସରଳ କରି ଦେଉଛି ଆମ ଶରୀରକୁ ସେତିକି କ୍ଷତି ମଧ୍ୟ ପହଞ୍ଚାଉଛି। ଆହୁରି ମଧ୍ୟ ବ୍ୟସ୍ତବହୁଳ ଜୀବନରେ ନିଜ ଶରୀରର ଧ୍ୟାନ ରଖିବା ଅନେକଙ୍କ ପକ୍ଷେ ସମ୍ଭବ ହେଉନାହିଁ ।

କେତେବେଳ ଅଫିସର କାର୍ଯ୍ୟ ବ୍ୟସ୍ତତା ତ ଆଉ କେତେବେଳେ ଘର କାମରେ ମଣିଷ ଏତେ ବ୍ୟସ୍ତ ରହିଯାଏ ଯେ ନିଜ ଶରୀର ସୌନ୍ଦର୍ଯ୍ୟ ପ୍ରତି ଧ୍ୟାନ ଦେଇନଥାଏ ।
ତେବେ ନିଜ ବ୍ୟସ୍ତ ବହୁଳ ଜୀବନରେ ରହି ମଧ୍ୟ କିପରି ନିଜ ଶରୀରର ଯତ୍ନ ନେଇପାରିବେ ଆମେ ଆପଣଙ୍କୁ ଜଣାଇବୁ ।

ନିୟମିତ ବ୍ୟବଧାନରେ ନିଜ ତ୍ୱଚା ଏବଂ କେଶକୁ କ୍ଲିନଜିଙ୍ଗ, ଟୋନିଂ ଓ ମଶ୍ଚରାଇଜିଙ୍ଗ କରାନ୍ତୁ । କେଶକୁ ପର୍ଯ୍ୟାପ୍ତ ପରିମାଣରେ ପୋଷଣ ପ୍ରଦାନ କରନ୍ତୁ, ଏହା ଦ୍ୱାରା କେଶ ରୁକ୍ଷ ହେବନାହିଁ ।

ବାହାରକୁ ଗଲାବେଳେ ନିଜ କେଶକୁ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ସ୍ୱତନ୍ତ୍ର ହେୟାର ସ୍ପ୍ରେର ବ୍ୟବହାର କରନ୍ତୁ । ତ୍ୱଚାରେ ସନ୍ ସ୍କ୍ରିନ ଏବଂ ଏଲୋଭେରା ଜେଲ ଲଗାନ୍ତୁ । ଏହା ଦ୍ୱାରା ଆପଣଙ୍କ ତ୍ୱଚାକୁ ପ୍ରଦୂଷଣରୁ ରକ୍ଷା କରିବ ।

ନିୟମିତ ଭାବରେ ସ୍କ୍ରବ ବ୍ୟବହାର କରନ୍ତୁ । ତ୍ୱଚାକୁ କୋମଳ ରଖିବା ପାଇଁ ଗ୍ଲୋ ପ୍ୟାକ୍ ବ୍ୟବହାର କରନ୍ତୁ ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରଚୁର ପାଣି ପିଅନ୍ତୁ । ପ୍ରତ୍ୟେକ ଦିନ ଯୋଗ କରନ୍ତୁ ।

Leave A Reply

Your email address will not be published.