Latest Odisha News

BREAKING NEWS

ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର: ଅସହ୍ୟ ହେଲାଣି ଶୀତ । ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ଆଭ୍ୟନ୍ତରୀଣ ଅଞ୍ଚଳ ସବୁଠି କୋହଲା ପବନ । ଆସନ୍ତା ୨ରୁ ୩ ଦିନ ଯାଏଁ ପ୍ରବଳ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହି ସମୟରେ ରାଜ୍ୟର କିଛି ଜିଲ୍ଲାରେ ରାତି ତାପମାତ୍ରା ୪ରୁ ୬ ଡ଼ିଗ୍ରୀ ତଳେ ରହିବାର ସମ୍ଭାବନା ରହିଛି ।

ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପ୍ରବଳ ଜାଡ଼ ଅନୁଭୂତ ହେବା ସହ ତୁଷାରପାତ ହେଉଥିବା ଦେଖିବାକୁ ମିଳିଛି । ଏପଟେ ପ୍ରବଳ ଥଣ୍ଡାରେ ସନ୍ଧ୍ୟା ହେବାମାତ୍ରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି । ସେପଟେ ସୁନ୍ଦରଗଡ଼ କୋଇଡ଼ାରେ ମଧ୍ୟ ତୁଷାରପାତ ହୋଇଥିବା ସୂଚନା ମିଳିଛି ।

ରାଜ୍ୟର ଅଧିକାଂଶ ସ୍ଥାନରେ ଏବେ ସର୍ବନିମ୍ନ ତାପମାତ୍ରା ୧୦ଡ଼ିଗ୍ରୀ ତଳେ ରହୁଛି । ପ୍ରବଳ ଶୀତକୁ ନେଇ ୧୪ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଅନେକ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ପ୍ରବଳ ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି । ଏପଟେ ଥଣ୍ଡାରୁ ରକ୍ଷା ପାଇବା ଲାଗି ବୟସ୍କ, ରୋଗୀ, ଛୋଟ ପିଲାମାନେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.