Latest Odisha News

BREAKING NEWS

ରାଜ୍ୟରେ ଆଉ ୪ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନାରେ ନେଲା ଆଉ ୪ଜଣଙ୍କ ଜୀବନ । ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ରାଜ୍ୟରେ ବଢ଼ିବାରେ ଲାଗିଛି । ଏହି ମଧ୍ୟରେ ୪ଜଣ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

କଟକ, କେନ୍ଦ୍ରାପଡ଼ା, କୋରାପୁଟ, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ମୃତ ହୋଇଥିବା ଜଣାପଡ଼ିଛି । କଟକର ୫୬ବର୍ଷୀୟ ବ୍ୟକ୍ତି, କେନ୍ଦ୍ରାପଡ଼ାର୧୪ବର୍ଷୀୟ ବାଳିକା, କୋରାପୁଟର ୬୦ବର୍ଷୀୟା ମହିଳା, ସୁନ୍ଦରଗଡ଼ର ୮୮ବର୍ଷୀୟ ବ୍ୟକ୍ତି କରୋନା ଜନିତ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ଏବେ ରାଜ୍ୟରେ ୮ହଜାର ୪୮୮ରେ ପହଞ୍ଚିଛି ।

Comments are closed, but trackbacks and pingbacks are open.