ଗଞ୍ଜାମ: ଫାଇଭ ଟି ସଚିବଙ୍କ ଗସ୍ତକୁ ନେଇ ଗଞ୍ଜାମ ଜିଲ୍ଲାରେ ବିରୋଧର ନିଆଁ ଜଳୁଛି । ଏହି ସମୟରେ ସଚିବଙ୍କ କାର୍ଯ୍ୟକ୍ରମକୁ ଯାଉଥିବା ଜଣେ ଛାତ୍ରୀ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏହାକୁ ନେଇ ବିରୋଧୀମାନେ ଆହୁରି ତାତିଛନ୍ତି । ଛାତ୍ରୀଜଣକ ସଚିବଙ୍କ କାର୍ଯ୍ୟରେ ଯୋଗ ଦେବା ପାଇଁ ସାଇକେଲ ଯୋଗେ ଯାଉଥିଲେ । ବାଟରେ ଏକ ଯାତ୍ରୀବାହୀ ବସ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାଯାଇଛି । ତାଙ୍କୁ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଛାତ୍ରୀ ଜଣକ ଶଶିଭୂଷଣ ରଥ ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ।
ସୂଚନାଥାଉ କି, ଫାଇଭ-ଟି ସଚିବଙ୍କ ଗସ୍ତକୁ ନେଇ କଡା ଗଞ୍ଜାମରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସଭା ସ୍ଥଳକୁ ଛାତ୍ରଛାତ୍ରୀଙ୍କୁ ଡକାଯାଇଛି । ହେଲେ କଲମ, ବ୍ୟାଗ ମନା କରାଯାଇଛି । ଖାଲି ଛାତ୍ରଛାତ୍ରୀ ନୁହେଁ, ସମସ୍ତଙ୍କ ପାଇଁ କଟକଣା ଜାରି କରାଯାଇଛି । ପିଲାମାନଙ୍କ ଠାରୁ ବ୍ୟାଗ ଓ କଲମ କାଢି ରଖାଯାଉଛି । ପୁରୀ ସଚିବଙ୍କୁ କାଳିମାଡ ପରେ ଏପରି ବ୍ୟବସ୍ଥା କଡାକଡି କରାଯାଇଛି ।
ସେପଟେ ଗଞ୍ଜାମରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ ଗଞ୍ଜାମରେ ପହଞ୍ଚି ସାରିଛନ୍ତି । ସେଠାରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶନିମନ୍ଦିର ପଡ଼ିଆରେ ଚାଲିଥିବା ଅଭିଯୋଗ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଏହା ସହ ବିଭିନ୍ନ ପ୍ରକଳ୍ପର ଘୋଷଣା କରିଛନ୍ତି ପାଣ୍ଡିଆନ୍ ।
Comments are closed.