Latest Odisha News

BREAKING NEWS

ଠକାମିର ଶିକାର ହେଲେ ସ୍ଵୟଂ ଭଗବାନ: ହୁଣ୍ଡିରୁ ବାହାରିଲା ୧୦୦କୋଟିର ଚେକ, ବ୍ୟାଙ୍କ ଯିବାପରେ ଜଣାପଡିଲା ସତ

ହାଇଦ୍ରାବାଦ: ଦେଶ ତଥା ରାଜ୍ୟରେ ବଢିଚାଲିଛି ଠକାମି । ଠକଙ୍କ ପାଦୁର୍ଭାବରୁ ବର୍ତ୍ତି ପାରୁ ନାହାନ୍ତି ବଡ ବଡ ଲୋକ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏବେ ଠକାମିର ଶିକାର ହୋଇଛନ୍ତି ସ୍ଵୟଂ ଭଗବାନ । ଆଜ୍ଞା ହଁ, ବିଶାଖପାଟନାମରେ ଥିବା ଶ୍ରୀ ବରାହଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିରରେ ଘଟିଛି ଏପରି କିଛି ଘଟଣା । ମନ୍ଦିର ହୁଣ୍ଡି ଖୋଲିବା ପରେ ସେଥିରୁ ବାହାରିଥିଲା ୧୦୦କୋଟିର ଏକ ଚେକ । ମାତ୍ର ବ୍ୟାଙ୍କ ଯିବା ପରେ ଯାହା ଜଣାପଡିଲା ତାହା ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ।

ଘଟଣା ଅନୁସାରେ, ବିଶାଖପାଟନାମରେ ଥିବା ଶ୍ରୀ ବରାହଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିରରେ ଗତକାଲି ଖଲାଯାଇଥିଲା ଠାକୁରଙ୍କ ହୁଣ୍ଡି ବାକ୍ସ । ବାକ୍ସ ଖୋଲାଯିବା ପରେ ସେଥିରୁ ବାହାରିଲା ୧୦୦ କୋଟିର ଏକ ଚେକ । କେହି ଜଣେ ଭକ୍ତ ଭଗବାନଙ୍କୁ ଦେଇଥିବା ଭାବି ସମସ୍ତେ ଖୁସି ହୋଇଯାଇଥିଲେ । ସମସ୍ତେ ଭାବିଥିଲେ ଏହି ଟଙ୍କାରେ ମନ୍ଦିରର ଉନ୍ନତୀମୂଳକ କାର୍ଯ୍ୟ ହୋଇପାରିବ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଯେତେବେଳେ ମନ୍ଦିର ପକ୍ଷରୁ ଉକ୍ତ ୧୦୦ କୋଟି ଟଙ୍କାର ଚେକଟିକୁ ବ୍ୟାଙ୍କକୁ ପଠାଗଲା ସେତେବେଳେ ଦାନ କରିଥିବା ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ମାତ୍ର ୧୭ଟଙ୍କା ଥିବା ଜଣାପଡିଲା । ଉକ୍ତ ଚେକରେ ବୋଡେପାଲ୍ଲୀ ରାଧାକୃଷ୍ଣ ନାମକ ଜଣେ ବ୍ୟକ୍ତିଙ୍କ ଦସ୍ତଖତ ଥିଲା । ବ୍ୟକ୍ତି ଜଣକ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ଚେକରେ ତାରିଖ ନଲେଖି ଦାନ ବାକ୍ସରେ ପକାଇଦେଇଥିଲେ । ତେବେ ଖୋଳତାଡ ପରେ ଜଣାପଡିଥିଲା ଯେ, ଉକ୍ତ ଚେକ୍ ପ୍ରଦାନ କରିଥିବା ବ୍ୟକ୍ତିଙ୍କର ବିଶାଖାପାଟନମର କୋଟାକ ମହିନ୍ଦ୍ରା ବ୍ୟାଙ୍କରେ ଏକ ଆକାଉଣ୍ଟ ରହିଛି ।

ସମସ୍ତ ଘଟଣା ଲୋକଲୋଚନକୁ ଆସିବା ପରେ ବର୍ତ୍ତମାନ ମନ୍ଦିର ଅଧିକାରୀମାନେ ଚେକ୍ ଜମା କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ବ୍ୟାଙ୍କର ସାହାଯ୍ୟ ନେବାକୁ ଯାଉଛନ୍ତି । ଏପରି ଏକ ପୋଷ୍ଟ୍ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ଅନେକ ଲୋକ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଇଛନ୍ତି । କିଛି ଲୋକ ଲେଖିଛନ୍ତି ଯେ, ବ୍ୟକ୍ତିର ଏପରି କାର୍ଯ୍ୟ ପାଇଁ ଭଗବାନ ଶାସ୍ତି ନିଶ୍ଚିତ ଦେବେ । କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେ, ହୁଏତ ବ୍ୟକ୍ତି ଜଣଙ୍କ ଏପରି ଚେକ୍ ପ୍ରଦାନ କରିବାର କିଛି ଉଦ୍ଦେଶ୍ୟ ଥାଇପାରେ ।

Leave A Reply

Your email address will not be published.