ଆନନ୍ଦପୁର: ଘରେ ବାପା-ମାଆ ନଥିବା ବେଳେ ଯୁବତୀଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି । ଏଭଳି ବର୍ବର ହତ୍ୟାକାଣ୍ଡ ଘଟିଛି ମୟୁରଭଂଜ ଜିଲ୍ଲା ମହୁଲଡିଆ ଥାନା ଅନ୍ତର୍ଗତ ଧାତିକିଡିହା ଗାଁରେ ।
ସୂଚନା ଅନୁସାରେ ବାପା ସୁନିଲ ସିଙ୍କୁ ଓ ମା’ ଜେମାମଣି ଆଜି ସକାଳୁ ଅଟୋରେ ନିଟକସ୍ଥ ସାତକୋଶିଆ ହାଟକୁ ଯାଇଥିଲେ। ସେଠାରେ ସେମାନେ ବଜାର କାମ ସାରିବା ପରେ ବ୍ୟାଙ୍କକୁ ମଧ୍ୟ ଯାଇଥିଲେ। ଫଳରେ ଘରକୁ ଫେରିବା ବେଳକୁ ବିଳମ୍ବ ହୋଇଥିଲା। ସୁନିଲ ଓ ଜେମାମଣି ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ଘରକୁ ଫେରିଥିଲେ। କିନ୍ତୁ ଘରେ ପ୍ରବେଶ କଲା ବେଳକୁ ଝିଅର ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ରକ୍ତାକ୍ତ ଅବସ୍ଥାରେ ଝିଅକୁ ତୁରନ୍ତ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତେବେ ଝିଅର ହତ୍ୟା ନେଇ ବାପା-ମା’ କିଛି କହିପାରୁ ନାହାନ୍ତି । ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ହୋଇଥିବା ନେଇ ସନ୍ଦେହ କରାଯାଉଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।
Comments are closed.