Latest Odisha News

BREAKING NEWS

ଜଗତପୁର ବ୍ରିଜରୁ ମହାନଦୀକୁ ଡେଇଁଲେ କଲେଜ ଅଧ୍ୟାପକ

କଟକ: ଜଗତପୁର ବ୍ରିଜ ଉପରୁ ମହାନଦୀକୁ ଡେଇଁଲେ ଜଣେ କଲେଜ ଅଧ୍ୟାପକ । ତାଙ୍କ ନାଁ ଦେବାଶିଷ ଦାସ ଓ ଘର ଚାଉଳିଆଞ୍ଜରେ । ଆଜି ସକାଳେ ଏହି ଅଘଟଣ ଘଟିଛି । ଭୁବନେଶ୍ୱରର ଏକ କଲେଜରେ ଲ୍ୟାବ୍ ଆସିଷ୍ଟାଣ୍ଟ ଅଛନ୍ତି ଦେବାଶିଷ ଦାସ । ସେ ନିଖୋଜ ଅଛନ୍ତି ।

ଡ୍ରାଇଭର କାର୍ ଚଳାଉଥିଲେ । ବ୍ରିଜ୍ ଉପରେ କାର୍ ଅଟକିବା ପରେ ବାହାରକୁ ବାହାରି ନଦୀକୁ ଡେଇଁ ପଡ଼ିଥିଲେ ଦେବାଶିଷ । ଏନେଇ ସୂଚନା ଦେଇଛି ଜଗତପୁର ଥାନା ପୋଲିସ ।

ଦେବାଶିଷ କାହିଁକି ଆତ୍ମହତ୍ୟା ଉଦ୍ୟମ କଲେ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ତାଙ୍କୁ ଖୋଜିବାକୁ ଆରମ୍ଭ ହୋଇଛି ଅଭିଯାନ । ଏହି ଘଟଣାକୁ ନେଇ ସେଠାରେ ଚାଞ୍ଚଲ୍ୟ ଖେଳିଯାଇଛି ।

Comments are closed.