Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଭେଣ୍ଟିଲେଟର ସପୋର୍ଟରେ କମେଡିଆନ୍ ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ: ହୃଦଘାତ ପରେ ଅସୁସ୍ଥ କମେଡିଆନ୍ ରାଜୁ ଶ୍ରୀବାସ୍ତବ । ରାଜୁ ଶ୍ରୀବାସ୍ତବଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ରାଜୁ ଶ୍ରୀବାସ୍ତବ ଭେଣ୍ଟିଲେଟରରେ ଅଛନ୍ତି । ଏମ୍ସର ଏକ ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ତୀକ୍ଷଣ ନଜର ରଖିଛନ୍ତି । ହସ୍ପିଟାଲରେ ରାଜୁଙ୍କ ଏଞ୍ଜିୟୋଗ୍ରାଫି ହୋଇଛି ।

୫୮ ବର୍ଷୀୟ ରାଜୁ ଶ୍ରୀବାସ୍ତବ ହୋଟେଲ ଜିମରେ ୱାର୍କଆଉଟ୍ କରୁଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରି ତଳେ ପଡ଼ି ଯାଇଥିଲେ । ଏହାପରେ ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ରାଜୁ ଖୁବଶୀଘ୍ର ସୁସ୍ଥ ହେବା ନେଇ ଶୁଭେଚ୍ଛୁ ଓ ପ୍ରଶଂସକ ପୂଜାର୍ଚ୍ଚନା କରୁଛନ୍ତି । ଗଜୋଧର ନାଁରେ ଲୋକପ୍ରିୟ ରାଜୁ ଶ୍ରୀବାସ୍ତବ ୧୯୬୩ ମସିହା ଡିସେମ୍ବର ୨୫ରେ ଉତ୍ତରପ୍ରଦେଶର କାନପୁରରେ ଜନ୍ମ ଗ୍ରହଣ କରିଥିଲେ ।

ଦେଶ ସହ ବିଦେଶରେ କମେଡିଆନ୍ ଭାବେ ରାଜୁ ଅନେକ ଷ୍ଟେଜ୍ ଶୋ କରିଛନ୍ତି । ଶ୍ରୀବାସ୍ତବ ବିଗ୍ ବସ୍-୩ରେ ଭାଗ ନେଇଥିଲେ । ଅଭିନୟ ଛଡ଼ା ୨୦୧୪ରେ କାନପୁର ଲୋକସଭା ଆସନ ଟିକେଟ ରାଜୁଙ୍କୁ ଦେଇଥିଲା ସମାଜବାଦୀ ପାର୍ଟି । କିନ୍ତୁ ସ୍ଥାନୀୟ କର୍ପୋରେଟରଙ୍କ ସମର୍ଥନ ତାଙ୍କ ପ୍ରତି ନଥିବା କହି ସେ ଟିକେଟ ଫେରାଇ ଦେଇଥିଲେ । ପରେ ସେହି ବର୍ଷ ମାର୍ଚ୍ଚରେ ସେ ବିଜେପିରେ ସାମିଲ୍ ହୋଇଥିଲେ ।

Leave A Reply

Your email address will not be published.