Latest Odisha News

BREAKING NEWS

ବିବାହ କଲେ ହାସ୍ୟ ଅଭିନେତ୍ରୀ ମି ପୁଚ୍‌ପୁଚ୍‌

ଭୁବନେଶ୍ୱର: ବିବାହ କଲେ କମେଡ଼ି କୁଇନ୍ ମି ପୁଚ୍‌ପୁଚ୍ ଓରଫ ଲିତିକା ପ୍ରିୟଦର୍ଶନୀ ପତି । ବର୍ଷିୟାନ ହାସ୍ୟ ଅଭିନେତା ଅରବିନ୍ଦ ଷଢଙ୍ଗୀଙ୍କ ପୁଅ ଅଭିଷେକ ଷଡଙ୍ଗୀଙ୍କୁ ସେ ବିବାହ କରିଛନ୍ତି । ନିକଟରେ ଅନୁଷ୍ଠିତ ତାଙ୍କ ବିବାହ ଉତ୍ସବରେ ବହୁ ଅଭିନେତା ଅଭିନେତ୍ରୀ ସାମିଲ ହୋଇଥିଲେ । ନିଜର ଗାଦୁଲ ଗାଦୁଲ ଡ଼ାଇଲଗ୍ ପାଇଁ ବେଶ୍ ପରିଚିତ ଲିତିକା । ତେବେ ନିଜର ‘ମି ପୁଚ୍‌ପୁଚ୍‌’ ୟୁଟ୍ୟୁବ୍ ଚ୍ୟାନେଲରେ ସେ ଖୁବ୍ ଆକ୍ଟିଭ୍ । ଅଭିଷେକ ସପ୍ଟୱେର ଇଞ୍ଜିନିୟର ହୋଇଥିବା ବେଳେ ମି ପୁଚ୍ ପୁଚ୍ ଜଣେ ଅଧ୍ୟାପିକା । ଆଗକୁ ଅଭିନୟ ସହିତ ପିଏଚଡ଼ି କରିବାକୁ ଲକ୍ଷ୍ୟ ରଖିଛନ୍ତି । ଲିତିକା କୁହନ୍ତି, ଏକ ସାକ୍ଷାତକାର ପାଇଁ ସେ ହାସ୍ୟ ଅଭିନେତା ଅରବିନ୍ଦ ଷଢଙ୍ଗୀଙ୍କ ଘରକୁ ଯାଇଥିଲେ । ସେଠାରେ ଅରବିନ୍ଦଙ୍କ ସ୍ତ୍ରୀ ଲିତିକାଙ୍କ ବ୍ୟବହାରକୁ ଖୁବ୍ ପସନ୍ଦ କରିବା ସହ ନିଜ ଘରର ବୋହୁ କରିବାକୁ ଠିକ୍ କରିଥିଲେ । ପରେ ଉଭୟ ପରିବାରର ସହମତିରେ ବିବାହ ଆୟୋଜିତ ହେଲା ।

Leave A Reply

Your email address will not be published.