ଭୁବନେଶ୍ୱର: ବିବାହ କଲେ କମେଡ଼ି କୁଇନ୍ ମି ପୁଚ୍ପୁଚ୍ ଓରଫ ଲିତିକା ପ୍ରିୟଦର୍ଶନୀ ପତି । ବର୍ଷିୟାନ ହାସ୍ୟ ଅଭିନେତା ଅରବିନ୍ଦ ଷଢଙ୍ଗୀଙ୍କ ପୁଅ ଅଭିଷେକ ଷଡଙ୍ଗୀଙ୍କୁ ସେ ବିବାହ କରିଛନ୍ତି । ନିକଟରେ ଅନୁଷ୍ଠିତ ତାଙ୍କ ବିବାହ ଉତ୍ସବରେ ବହୁ ଅଭିନେତା ଅଭିନେତ୍ରୀ ସାମିଲ ହୋଇଥିଲେ । ନିଜର ଗାଦୁଲ ଗାଦୁଲ ଡ଼ାଇଲଗ୍ ପାଇଁ ବେଶ୍ ପରିଚିତ ଲିତିକା । ତେବେ ନିଜର ‘ମି ପୁଚ୍ପୁଚ୍’ ୟୁଟ୍ୟୁବ୍ ଚ୍ୟାନେଲରେ ସେ ଖୁବ୍ ଆକ୍ଟିଭ୍ । ଅଭିଷେକ ସପ୍ଟୱେର ଇଞ୍ଜିନିୟର ହୋଇଥିବା ବେଳେ ମି ପୁଚ୍ ପୁଚ୍ ଜଣେ ଅଧ୍ୟାପିକା । ଆଗକୁ ଅଭିନୟ ସହିତ ପିଏଚଡ଼ି କରିବାକୁ ଲକ୍ଷ୍ୟ ରଖିଛନ୍ତି । ଲିତିକା କୁହନ୍ତି, ଏକ ସାକ୍ଷାତକାର ପାଇଁ ସେ ହାସ୍ୟ ଅଭିନେତା ଅରବିନ୍ଦ ଷଢଙ୍ଗୀଙ୍କ ଘରକୁ ଯାଇଥିଲେ । ସେଠାରେ ଅରବିନ୍ଦଙ୍କ ସ୍ତ୍ରୀ ଲିତିକାଙ୍କ ବ୍ୟବହାରକୁ ଖୁବ୍ ପସନ୍ଦ କରିବା ସହ ନିଜ ଘରର ବୋହୁ କରିବାକୁ ଠିକ୍ କରିଥିଲେ । ପରେ ଉଭୟ ପରିବାରର ସହମତିରେ ବିବାହ ଆୟୋଜିତ ହେଲା ।
BREAKING NEWS
- Viral Video: ଫେମସ୍ ହେବା ପାଇଁ ଜୀବନକୁ ବାଜି! ରେଳ ଇଞ୍ଜିନ୍ରେ ଶାଢ଼ି ବାନ୍ଧି ଡ୍ୟାନ୍ସ କଲେ ମହିଳା, ତାତିଲେ ୟୁଜର୍ସ
- ଦୁଇ ଟଙ୍କା ବଢ଼ିଲା ଓମଫେଡ୍ କ୍ଷୀର ଦର, ଏହି ଦିନରୁ ଲାଗୁ ହେବ ବର୍ଦ୍ଧିତ ଦର..
- ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କଲେ ଓଡ଼ିଶା ରାଜ୍ୟପାଳ ଡ଼.ହରି ବାବୁ କମ୍ଭମପାଟି
- ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦି, ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ମନେ ପକାଇଲେ
- ନୂଆଦିଲ୍ଲୀରେ ଲାଗୁ ହେଲା BNSSର ଧାରା ୧୬୩
- ସୁନ୍ଦରପନ୍ଦା ବୋମା ବିସ୍ଫୋରଣ ମାମଲା, ୨ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା NIA
- ଏସୀୟ କ୍ରୀଡ଼ା: ୭୫ ବର୍ଷରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ରିକର୍ଭ ଟିମ୍ ଜିତିଲା ସ୍ୱର୍ଣ୍ଣ ପଦକ
- ଦଶହରାରେ ପୁଣି ବାତ୍ୟା ଭୟ! ଆସୁଛି ଆଉ ଏକ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା
- ଶ୍ରୀ ଜଗନ୍ନାଥଙ୍କ ଖାତାକୁ ଫେରିବ ମହାପ୍ରଭୁଙ୍କ ଅମୃତ ମଣୋହି ଜମି: ଓଡ଼ିଶା ରାଜସ୍ୱ ପର୍ଷଦ
- ପୁଣି ଭାରତ – ପାକିସ୍ତାନ ମ୍ୟାଚ୍: ଜାଣନ୍ତୁ କେବେ ଖେଳାଯିବ ଏହି ହାଇ ଭୋଲ୍ଟେଜ ମ୍ୟାଚ୍

Comments are closed.