Latest Odisha News

କରୋନା ପ୍ରଭାବିତ ସଂସ୍ଥାଗୁଡ଼ିକ ଲାଗି କେନ୍ଦ୍ରର ଅର୍ଥନୀତି ପ୍ୟାକେଜ୍ !

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ସମସ୍ତ କ୍ଷେତ୍ରରେ ବାଧା ସୃଷ୍ଟି ହେବା ସହିତ ଏକପ୍ରକାର ମାନ୍ଦା ଅବସ୍ଥାର ଆଶଙ୍କା ସୃଷ୍ଟି ହୋଇଛି । ଏପରି ସ୍ଥିତିକୁ ମୁକାବିଲା କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସଂସ୍ଥା ଗୁଡ଼ିକ ଲାଗି ଖୁବ୍ ଶିଘ୍ର ଏକ ଅର୍ଥନୀତି ପ୍ୟାକେଜ ଘୋଷଣା ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ପ୍ରଦାନ କରିଛନ୍ତି । ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଦୃଷ୍ଟିରେ ରଖି କହିଛନ୍ତି ଯେ, ବ୍ୟବସାୟ ଉପରେ କରୋନାର ନକାରାତ୍ମକ ପ୍ରଭାବ ପଡ଼ିଛି । ବ୍ୟବସାୟ ସଂସ୍ଥାଗୁଡ଼ିକୁ ପରାମର୍ଶ ଦେଇ ମୋଦୀ କହିଛନ୍ତି କୌଣସି କର୍ମଚାରୀମାନଙ୍କୁ ଛଟେଇ ନକରିବାକୁ ।

BjdElectrycity

ଏହି ପରିସ୍ଥିତିର ମୁକାବିଲା ଲାଗି ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁ୍ୟଏଚଓ) କୋଭିଡ୍-୧୯ ଭୂତାଣୁକୁ ମହାମାରୀ ରୂପେ ଘୋଷଣା କରିବା ପରେ ତଥା ଭାରତରେ ଏହା ସଂକ୍ରମିତ ହେବା ପରେ ସରକାର ଦୃଢ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ତେବେ କର୍ପୋରେଟ୍ ସୋସିଆଲ୍ ରେସପନସିବିଲିଟି (ସିଏସଆର) ମାଧ୍ୟମରେ ହିଁ କରୋନା ଭୂତାଣୁ ବିରୋଧରେ ଲଢେଇ ଜାରି ହେବ ।

ତେବେ ଏହାପୂର୍ବରୁ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ସ୍ୱୀକାର କରି କହିଛନ୍ତି ଯେ, ଭାରତୀୟ ଅର୍ଥନୀତି ସମେତ ବିଶ୍ୱ ଅର୍ଥନୀତି ମଧ୍ୟ କରୋନା ଭୂତାଣୁ ସଂକ୍ରମଣ ଲାଗି ପ୍ରଭାବିତ ହେବ ।

Leave A Reply

Your email address will not be published.