Latest Odisha News

BREAKING NEWS

ପୋଲିସ ଥାନାରେ ଦିଆଯାଉନାହିଁ ପାସ୍‌…ଭିଡ ନ କରିବାକୁ ପୋଲିସ କମିଶନରଙ୍କ ଅନୁରୋଧ

ଭୁବନେଶ୍ୱର: ଲକଡାଉନ ସମୟରେ ଗାଡି ପାଇଁ କର୍ଫୁ ପାସ୍ ନେବାକୁ ଟ୍ୱିନ ସିଟିର ବିଭିନ୍ନ ପୋଲିସ ଥାନାରେ ପ୍ରବଳ ଭିଡ ଦେଖାଦେଇଛି । ତେବେ ପରିସ୍ଥିତି ଅଣାୟତ ହେବା ଆଡକୁ ଗତି କରିବାରୁ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ବିଳମ୍ବିତ ସନ୍ଧ୍ୟାରେ ଟ୍ୱିଟ କରି ସ୍ପଷ୍ଟୀକରଣ ଦେଇଛନ୍ତି । କୌଣସି କର୍ଫ୍ୟୁ ପାସ୍ ପୋଲିସ ଥାନାରୁ ଦିଆଯାଉ ନ ଥିବା ସେ ସ୍ପଷ୍ଟ କରିଛନ୍ତି ।

ଏଥି ସହିତ ପୋଲିସ ଥାନାରେ ଜନସାଧାରଣ ଅଯଥା ଭିଡ ନ କରିବାକୁ ସେ ଅନୁରୋଧ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ସୂଚିତ ଜରୁରୀ କାଳୀନ ସେବା ପାଇଁ କେବଳ ପାସ୍ ଦିଆଯାଉଥିବା ସେ ସୂଚନା ଦେଇଛନ୍ତି ।

ଜରୁରୀକାଳୀନ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ପାସ୍ ପାଇବା ପର୍ଯ୍ୟନ୍ତ ସେମାନଙ୍କ ପରିଚୟପତ୍ର ଦେଖାଇ ଯାତାୟତ କରିପାରିବେ । ଅନ୍ୟମାନଙ୍କୁ କେବଳ ନିର୍ଦ୍ଦିଷ୍ଟ କାର୍ଯ୍ୟ ଯେପରିକି ଡାକ୍ତରଖାନା ଇତ୍ୟାଦି ଯିବା ପାଇଁ ଅନୁମତି ମିଳିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.