ଭୁବନେଶ୍ୱର: ରାଜଧାନୀରୁ କୁଖ୍ୟାତ ବନ୍ଧୁକ ବେପାରୀ ଶେଖ ନଦୀମକୁ ଗିରଫ କଲା କମିଶନରେଟ ପୋଲିସ । ତା ନିକଟରୁ ୧୦ଟି ସେମି ଅଟୋମେଟିକ ବନ୍ଧୁକ , ୧୮ଟି ଜୀବନ୍ତ ଗୁଳି ଓ ୧୦ଟି ମାଗାଜିନ, ଗୋଟିଏ ମୋବାଇଲ ଫୋନ୍ ଓ ଗୋଟିଏ ମୋଟର ସାଇକେଲ ଜବତ ହୋଇଛି । ଭୁବନେଶ୍ୱର-କଟକ କମିଶନରେଟ୍ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ଏହି ସବୁକୁ ଜବତ କରିଛି ।
ଶେଖ୍ ନଦିମ ଘର ହେଉଛି ଜଗତସିଂହପୁର ଜିଲ୍ଲା କୃଷ୍ଣନନ୍ଦପୁର ଥାନା ଅଧୀନ ଇଟାଟିକିରି ଗାଁରେ । ଅବୈଧ ଅସ୍ତ୍ର ବ୍ୟବସାୟକୁ ଲକ୍ଷ୍ୟ କରି ଏକ ସରଭିଲାନ୍ସ ଅପରେସନ୍ କରିଥିଲା ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ । ସ୍ଥାନୀୟ ବ୍ୟବସାୟୀଙ୍କୁ ଆଧୁନିକ ଅସ୍ତ୍ର ବିକ୍ରି କରିବା ପାଇଁ ଚେଷ୍ଟା ଚଳାଇଥିଲା ।
ଶେଖ୍ ନଦିମ ୫ଟି ଅନ୍ୟାନ୍ୟ ଅପରାଧିକ ମାମଲାରେ ଜଡିତ ଥିବା ମଧ୍ୟ ପ୍ରାଥମିକ ଭାବେ ଚିହ୍ନଟ ହୋଇଛି । ସେ ୨୦୧୫ରେ ଏନକାଉଣ୍ଟରର ଶିକାର ମଧ୍ୟ ହୋଇଥିଲା ।
Comments are closed.